ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଘୁଞ୍ଚିପାରେ। କରୋନା ମହାମାରୀ ପାଇଁ ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ୨ ମାସ ଘୁଞ୍ଚାଇବା ପାଇଁ ଆହ୍ଲାବାଦ ହାଇକୋର୍ଟ ନିର୍ବାଚନ କମିସନ୍ଙ୍କୁ ଅନୁରୋଧ କରିବାପରେ ନିର୍ବାଚନ କମିସନ୍ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବେ। ମିଳିଥିବା ସୂଚନାନୁଯାୟୀ ମୁଖ୍ୟ ନିର୍ବାଚନ କମିସନର ସୁଶୀଲ ଚନ୍ଦ୍ରା କହିଛନ୍ତି, ଆସନ୍ତା ସପ୍ତାହରେ ଆମେ ଉତ୍ତରପ୍ରଦେଶ ଯିବୁ।
ସେଠାକାର ସ୍ଥିତି ସମୀକ୍ଷା କରିବାପରେ ଆମେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବୁ। କରୋନାର ଓମିକ୍ରନ୍ ପ୍ରଜାତିକୁ ନେଇ ଭୟ ବଢ଼ିବାପରେ ଆହ୍ଲାବାଦ ହାଇକୋର୍ଟ ନିର୍ବାଚନ କମିସନ୍ଙ୍କୁ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବାପାଇଁ କହିଛନ୍ତି। ରାଜ୍ୟରେ ତୁରନ୍ତ ରୢାଲି ଏବଂ ବୈଠକ ବନ୍ଦ କରିବାପାଇଁ ହାଇକୋର୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ନିର୍ବାଚନ କମିସନ୍ଙ୍କୁ ଅନୁରୋଧ କରିଛନ୍ତି। ଉଲ୍ଳେଖଯୋଗ୍ୟ ଯେ, ଉତ୍ତରପ୍ରଦେଶରେ ଆସନ୍ତା ଫେବ୍ରୁଆରି-ମାର୍ଚ୍ଚ ମଧ୍ୟରେ ନିର୍ବାଚନ ଅଛି। ଆହ୍ଲାବାଦ ହାଇକୋର୍ଟ ଉତ୍ତରପ୍ରଦେଶରେ ନିର୍ବାଚନକୁ ମାସେ କିମ୍ବା ୨ ମାସ ଘୁଞ୍ଚାଇବାପାଇଁ ନିର୍ବାଚନ କମିସନ୍ଙ୍କୁ ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/up-e.jpg)