ଜୟ ଶ୍ରୀରାମ  ନ କହିବାରୁ ମୌଲବୀଙ୍କୁ ମାଡ଼ !

ବାଗପତ୍ : ଜୟ ଶ୍ରୀରାମ  ନ କହିବାରୁ କିଛି  ଯୁବକ ମୌଲବୀଙ୍କୁ ପିଟିଥିବାର ଖବର ମିଳିଛି  । ଗତ କିଛି ଦିନ ହେଲା ଦେଶର ବିିଭିନ୍ନ ସ୍ଥାନରେ ଚାଲିଥିବା ଜୟ ଶ୍ରୀରାମ ନାରାର ହିଂସା ଏବେ ଉତ୍ତର ପ୍ରଦେଶ ବାଗପତ୍ ରେ ମଧ୍ୟ ଦେଖିବାକୁ ମିଳିଛି । ରବିବାର ରାତିରେ ଘରକୁ ନିଜ ବାଇକରେ ଫେରୁଥିବା ଜଣେ ମୌଲବୀଙ୍କୁ ବାଟରେ କିଛି ଯୁବକ ଅଟକାଇ ତାଙ୍କୁ ଜବରଦସ୍ତି ଜୟ ଶ୍ରୀରାମ ନାରା ଲଗାଇବାକୁ କହିଥିଲେ । ମୌଲବୀ ନାରା ନ କହିବାରୁ ଯୁବକମାନେ ତାଙ୍କୁ ଖୁବ୍ ପିଟିଥିଲେ ଏବଂ ଟୋପି ବାହାର କରିବା , ଦାଢି କାଟିବାକୁ ମଧ୍ୟ ଚେଷ୍ଟା କରିଥିଲେ । ତେବେ ମୌଲବୀ  ନିଜ ଜୀବନ ବଚାଂଇ ଉକ୍ତ ସ୍ଥାନରୁ ଦୌଡି ଚାଲିଆସିଥିଲେ ।

ମୌଲବୀ ଅମଲାଉର ରହମାନଙ୍କ କହିବାନୁସାରେ ରବିବାର ଦୋଘଟ ଅଞ୍ଚଳର ସରୋରୋ ଗ୍ରାମରେ ସେ ଯାଉଥିବା ସମୟରେ ୧୦ ରୁ ୧୨ ଜଣ ଯୁବକ ଆସି ତାଙ୍କୁ ପିଟିବା ଆରମ୍ଭ କରିଥିଲେ । ଟୋପି କାଢିବା ସହ ଜୟ ଶ୍ରୀରାମ ନାରା କହିବା ପାଇଁ ବାଧ୍ୟ କରିଥିଲେ ଏବଂ ଦାଢି କାଟିବାକୁ ଚେଷ୍ଟା କରିଥିଲେ । ଅମଲାଉରଙ୍କ କହିବାନୁସାରେ କିଛି ଅସାମାଜିକ ଲୋକଙ୍କ ଯୋଗୁଁ ସମାଜରେ ଏଭଳି ହିଂସା ପ୍ରସାରିତ ହେଉଛି ।

ସମ୍ବନ୍ଧିତ ଖବର