ନୂଆଦିଲ୍ଲୀ: ଚର୍ଚ୍ଚାରେ ରାହୁଲ ଗାନ୍ଧୀ ଭେଟିଥିବା ମୋଚି ରାମଚିତ। ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ଦୋକାନକୁ ଯାଇଥିଲେ। ସେଠାରେ ତାଙ୍କ ସହ ଆଲୋଚନା କରିବା ସହ ଏକ ଚପଲ ମଧ୍ୟ ସିଲେଇ କରିଥିଲେ। ଏହି ଚପଲ କିଣିବାକୁ ଏବେ ତାଙ୍କ ପାଖକୁ ବଡ଼ ବଡ଼ ଅଫର ଆସୁଛି। ଚପଲ ହଳକ ପାଇଁ ୫ରୁ ୧୦ ଲକ୍ଷ ଟଙ୍କା ଦେବାକୁ ବି ରାଜି ଅଛନ୍ତି ଲୋକେ। କିନ୍ତୁ ରାହୁଲ ସିଲେଇ କରିଥିବା ଚପଲ ରାମଚିତ ଦେବାକୁ ରାଜି ନୁହଁନ୍ତି । ଉତ୍ତରପ୍ରଦେଶର ଏହି ଜୋତା ଦୋକାନୀକୁ ନେଇ ଏବେ ସବୁଠି ଚର୍ଚ୍ଚା। ରାହୁଲ ତାଙ୍କ ଦୋକାନକୁ ଯିବା ପରେ ୨ ଲକ୍ଷ ଟଙ୍କା ରାମଚିତଙ୍କୁ ଅଫର କରିଥିଲେ। ଯାହାକୁ ଫେରାଇ ଚର୍ଚ୍ଚାକୁ ଆସିଥିଲେ ରାମଚିତ୍। ଆଉ ଏବେ ୧୦ ଲକ୍ଷ ଟଙ୍କାର ଚପଲ ଦେବାକୁ ମନା କରିଛନ୍ତି ରାମଚିତ।

Advertisment

ଲତାନପୁରରେ ରାହୁଲ ଗାନ୍ଧୀ କୋର୍ଟରୁ ବାହାରିବା ସମୟରେ ଦେଖିବାକୁ ମିଳିଥିଲା ଏକ ନିଆରା ଦୃଶ୍ୟ । କୋର୍ଟରୁ ବାହାରିବା ପରେ ସିଧା ଯାଇ ନିକଟରେ ଥିବା ଏକ ଜୋତା ସିଲେଇ ଦୋକାନରେ ପହଂଚିଥିଲେ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ । ଦୋକାନୀଙ୍କ ସହ ଅନେକ ସମୟ କଥା ହେବା ପରେ ତାଙ୍କ ଠାରୁ ନେଇଥିଲେ ପ୍ରଶିକ୍ଷଣ । ଏବଂ ଶେଷରେ ନିଜ ଜୋତା ବି ସିଲେଇ କରିଥିଲେ ରାହୁଲ ଗାନ୍ଧୀ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।