ଲକ୍ଷ୍ନୌ: କଂଗ୍ରେସ ନିଜ ଦଳର ଜଣେ ବିଧାୟିକାଙ୍କ ସଦସ୍ୟତା ରଦ୍ଦ କରିବା ପାଇଁ ଯାଚିକା ଦେଇଥିବା ଜଣାଯାଇଛି। ଦଶଜଣ ବରିଷ୍ଠ ନେତାଙ୍କୁ ଦଳରୁ ବିଦା କରିବା ପରେ ଏବେ ଉତ୍ତର ପ୍ରଦେଶ କଂଗ୍ରେସ ରାୟବରେଲି ସଦର ବିଧାୟିକା ଅଦିତି ସିଂହଙ୍କ ସଦସ୍ୟତା ରଦ୍ଦ କରିବା ପାଇଁ ଅନୁରୋଧ କରିଛି। କଂଗ୍ରେସ ବିଧାନମଣ୍ଡଳ ଦଳର ନେତା ଆରାଧନା ମିଶ୍ର ଏନେଇ ଉତ୍ତରପ୍ରଦେଶ ବିଧାନସଭାର ଅଧ୍ୟକ୍ଷ ହୃଦୟ ନାରାୟଣ ଦୀକ୍ଷିତଙ୍କୁ ଅନୁରୋଧ ପତ୍ର ପଠାଇଛନ୍ତି ।

Advertisment

ସୂଚନାଯୋଗ୍ୟ, ଗତ ମାସ ୨ ତାରିଖରେ ଅନୁଷ୍ଠିତ ବିଶେଷ ଅଧିବେଶନକୁ ବହିଷ୍କାର କରିବା ସହ ଦଳର ହୁଇପକୁ ଅମାନ୍ୟ କରିଥିଲେ ଅଦିତି ସିଂହ।

अदिति सिंह. (फोटो साभार: फेसबुक) Image Source-thewirehindi.com

ଏସଂପର୍କରେ ଆରାଧନା କହିଛନ୍ତି ଯେ, କଂଗ୍ରେସ ଅଦିତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନୋଟିସ ପଠାଇଛି। ଗତ ଅକ୍ଟୋବର ୨ ତାରିଖରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଡକାଯାଇଥିବା ବିଶେଷ ଅଧିବେଶନ ବହିଷ୍କାର କରିବାପାଇଁ ଦଳ ପକ୍ଷରୁ ହୁଇପ ଜାରି କରାଯାଇଥିଲା, କିନ୍ତୁ ଏହାକୁ ଅଦିତି ଅମାନ୍ୟ କରି ସେହି ବିଶେଷ ଅଧିବେଶନରେ ଯୋଗଦେଇଥିଲେ ।