ଲକ୍ଷ୍ନୌ: ଗୋଟିଏ ପଟେ ଫରେନ୍ସିକ୍ ଲ୍ୟାବ୍ ରିପୋର୍ଟକୁ ଆଧାର କରି ହାଥରାସ୍ ପୀଡ଼ିତାଙ୍କୁ ଦୁଷ୍କର୍ମ କରାଯାଇନି ବୋଲି ଉତ୍ତରପ୍ରଦେଶର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଥିବା ବେଳେ ଅନ୍ୟପକ୍ଷେ ବିଜେପି ଆଇଟି ଶାଖା ପକ୍ଷରୁ ପୀଡ଼ିତାଙ୍କ ଅଭିଯୋଗ ସଂକ୍ରାନ୍ତରେ ଆଜି ୩ଟି ଭିଡିଓ ଜାରି ହୋଇଛି। ଏହି ୩ଟି ଯାକ ଭିଡିଓରେ ପୀଡ଼ିତା ତାଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା କହିଛନ୍ତି। ବିଜେପିର ଆଇଟି ସେଲ୍ ମୁଖ୍ୟ ଅମିତ ମାଲ୍ଭିୟା ପୋଷ୍ଟ୍ କରିଥିବା ଏକ ଭିଡିଓ କ୍ଲିପ୍ରେ ଏହା ଦେଖିବାକୁ ମିଳିଛି ଯେ, ହାଥରାସ୍ ପୀଡ଼ିତା କହୁଛନ୍ତି, ଅଭିଯୁକ୍ତମାନେ ତାଙ୍କ ବେକ ଚିପିଦେବାକୁ ଉଦ୍ୟମ କରୁଥିଲେ। ମାଲ୍ଭିୟା ପୀଡ଼ିତା ମା'ଙ୍କର ଅନ୍ୟ ଏକ ଭିଡିଓ ପୋଷ୍ଟ୍ କରିଥିଲେ। ଏଥିରେ ଦେଖିବାକୁ ମିଳିଛି ଯେ, ପୀଡ଼ିତା ଥାନା ବାହାରେ ବସିଛନ୍ତି । ଏହି ଭିଡିଓରେ ପୀଡ଼ିତାଙ୍କ ମା' ଦୁଷ୍କର୍ମ କଥା ଉଠାଇନାହାନ୍ତି। ତୃତୀୟ ଭିଡିଓଟିରେ ପୀଡ଼ିତା ୨ ଅଭିଯୁକ୍ତଙ୍କ ନାମ କହୁଛନ୍ତି। ସେମାନେ ହେଉଛନ୍ତି ରବି ଏବଂ ସନ୍ଦୀପ। ଆଲିଗଡ଼ର ଜବାହରଲାଲ୍ ନେହରୁ ମେଡିକାଲ୍ କଲେଜ୍ରେ ଏହି ଭିଡିଓ ରେକର୍ଡ କରାଯାଇଛି। ଅଭିଯୁକ୍ତଙ୍କ ଦ୍ବାରା ଏହା ଦ୍ବିତୀୟ ଦୁଷ୍କର୍ମ ଉଦ୍ୟମ ଥିଲା ବୋଲି ସେ କହୁଛନ୍ତି। ପ୍ରଥମ ଘଟଣା ସମୟରେ ସେ ଖସି ପଳାଇ ଆସିବାରେ ସକ୍ଷମ ହୋଇଥିଲେ ବୋଲି କହିଛନ୍ତି।
୩ ଭିଡିଓରେ ଦୁଷ୍କର୍ମ ଉଦ୍ୟମ ନେଇ ଅଭିଯୋଗ କରିଛନ୍ତି ହାଥରସ୍ ପୀଡ଼ିତା
/sambad/media/post_attachments/wp-content/uploads/2020/10/up-rape-case.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)