ଉତ୍ତରପ୍ରଦେଶକୁ ପ୍ରଶଂସା କଲେ ପାକିସ୍ତାନୀ ସଂପାଦକ, ପାକିସ୍ତାନଠାରୁ ୟୁପିରେ କରୋନା ମୃତ୍ୟୁ ହାର କମ୍‌ ବୋଲି କହିଲେ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ସରକାରଙ୍କୁ ପ୍ରଶଂସା କରିଛି ପାକିସ୍ତାନର ଜଣାଶୁଣା ଖବରକାଗଜ ସଂସ୍ଥା ‘ଡନ୍‌’ର ସଂପାଦକ। ଉତ୍ତରପ୍ରଦେଶ ଯେଉଁ ଭଳି ଭାବେ କରୋନାକୁ ଆୟତ୍ତ କରିଛି ଖବରକାଗଜର ସଂପାଦକ ଫଦ୍‌ ହୁସେନ୍‌ ରବିବାର ତାହାର ପ୍ରଶଂସା କରିଛନ୍ତି। ପାକିସ୍ତାନର ବରିଷ୍ଠ ସାମ୍ବାଦିକ ଆହୁରି ବି କହିଛନ୍ତି ଯେ ଲକ୍‌ଡାଉନ୍‌ ସମୟରେ  ଉତ୍ତରପ୍ରଦେଶ ପୂରା କଡ଼ାକଡ଼ି ନିମୟ ପାଳନ କରିବାରୁ ସହଜରେ କରୋନାକୁ ଆୟତ୍ତ କରିପାରିଛି।

ସାମ୍ବାଦିକ ଜଣକ ପାକିସ୍ତାନ ସହ ଉତ୍ତରପ୍ରଦେଶକୁ ତୁଳନା କରି କହିଛନ୍ତି କି ସମାନ ଜନସଂଖ୍ୟା ଥାଇ ମଧ୍ୟ ପାକିସ୍ତାନ ତୁଳନାରେ ଭାରତର ଉତ୍ତରପ୍ରଦେଶ ରାଜ୍ୟର ମୃତ୍ୟୁ ହାର କମ୍‌ ରହିଛି। ସେ ଆହୁରି ବି କହିଛନ୍ତି ଯେ ୟୁପି ଠିକ୍‌ ନିଷ୍ପତ୍ତି ନେଉଥିବା ବେଳେ ମହାରାଷ୍ଟ୍ର ଭୁଲ୍‌ ନିଷ୍ପତ୍ତି ନେଉଛି।

ସେ ତ‌ାଙ୍କ ଟ୍ବିଟର୍ ଅ‌ାକାଉଣ୍ଟ୍‌ରେ ଏକ ଗ୍ରାଫ୍‌ ସେୟ‌ାର କରି ପାକିସ୍ତାନ ସହ ୟୁପିକୁ ତୁଳନା କରିଛନ୍ତି। ଗ୍ରାଫ୍‌ ଅନୁସାରେ ପାକିସ୍ତାନର ଜନସଂଖ୍ୟା ୨୦୮ ମିଲିୟନ୍‌ ହୋଇଥିବା ବେଳେ ୟୁପିର ଜନସଂଖ୍ୟା ୨୨୫ ମିଲିୟନ୍‌ ରହିଛି। ସେହି ଅନୁସାରେ ଦେଖିବାକୁ ଗଲେ କରୋନା ହେତୁ ପାକିସ୍ତାନର ମୃତ୍ୟୁସଂଖ୍ୟା ୟୁପିଠାରୁ ଯଥେଷ୍ଟ ବେଶି ରହିଛି।

ସମ୍ବନ୍ଧିତ ଖବର