ପାନୀୟ ଜଳର ଅଭାବ ହେତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖି ଆତ୍ମହତ୍ୟା ଅନୁମତି ମାଗିଲେ ୟୁପି ପରିବାର

ଲକ୍ଷ୍ନୌ: ପିଇବା ପାଇଁ ସ୍ୱଚ୍ଛ ପାନୀୟ ଜଳର ଅଭାବ ରହିଥିବା ହେତୁ ଉତ୍ତରପ୍ରଦେଶର ଏକ ପରିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଆତ୍ମହତ୍ୟା କରିବାକୁ ଅନୁମତି ମାଗିଛନ୍ତି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ହାଥର୍ସର ଜଣେ ଚାଷୀ ତାଙ୍କର ୩ ଝିଅଙ୍କ ସହ ଆତ୍ମହତ୍ୟା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁମତି ମାଗିଛନ୍ତି। ରାଜ୍ୟରେ ପାନୀୟ ଜଳର ଅଭାବ ରହିଥିବା ହେତୁ ସେ ଜୀବନ ହାରିବା ନିଷ୍ପତ୍ତି ନେଇଥିବା ଜଣାଇଛନ୍ତି।

ବିନା ପାଣିରେ ଗ୍ରୀଷ୍ମ ଦାଉ ସହିବା ଏହି ପରିବାର ପାଇଁ ଅସହ୍ୟ ଯନ୍ତ୍ରଣା ହୋଇପଡ଼ିଛି ବୋଲି ସେମାନେ ଲେଖିଥିବା ଚିଠିରେ ଉଲ୍ଲେଖ କରାଯାଇଛି। ଜାଣିବାକୁ ମିଳିଛି ଯେ କୃଷକ ଚନ୍ଦ୍ରପାଲ ସିଂହ ପୂର୍ବରୁ ତାଙ୍କର ପିଇବା ପାଣି ସମସ୍ୟା ଅଭିଯୋଗ ନେଇ ସରକାରୀ ଅଫିସ୍‌କୁ ଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା।

ସେ ରହୁଥିବା ସ୍ଥାନରେ ଉପଲବ୍ଧ ହେଉଥିବା ପାଣି ଅତ୍ୟନ୍ତ ଲୁଣିଆ। ପାଣି ଲୁଣି ହୋଇଥିବାରୁ ସଂପୃକ୍ତ ଅଞ୍ଚଳରେ ଗଛ ବଞ୍ଚିବା ଅସମ୍ଭବ ହୋଇପଡୁଛି ଯେହେତୁ ତାହାକୁ ପିଇକରି ଜୀବନ ଜୀଇବାର କୌଣସୀ ପ୍ରଶ୍ନ ଉଠୁନାହିଁ। ସେ କହିଛନ୍ତି ଯେ ନିଜ ପରିବାର ପାଇଁ ସେ ପାଣି କିଣି କରି ଯୋଗାଇ ପାରିବେ ନାହିଁ।

ସମ୍ବନ୍ଧିତ ଖବର