ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ସରକାର ଫୈଜାବାଦ୍‌ର ନାମ ବଦଳାଇ ଅଯୋଧ୍ୟା କରିଛନ୍ତି। ଭଗବାନ ଶ୍ରୀରାମଙ୍କ ନଗରୀ କୁହାଯାଉଥିବା ଅଯୋଧ୍ୟାରେ ସରକାର ମଦ ଓ ମାଂସକୁ ସଂପୂର୍ଣ୍ଣ ନିଷିଦ୍ଧ କରିବା ଯୋଜନାରେ ଅଛନ୍ତି। ସାଧୁସନ୍ଥମାନଙ୍କର ଦାବିକୁ ଆଖିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।

Advertisment

ରାଜ୍ୟ ସରକାରଙ୍କ ମୁଖପାତ୍ର ଶ୍ରୀକାନ୍ତ ଶର୍ମା କହିଛନ୍ତି ଯେ ଅଯୋଧ୍ୟାରେ ସାଧୁସନ୍ଥଙ୍କର ଏହି ଦାବି ସଂପର୍କରେ ସରକାର ଆଇନ୍‌ ବିଭାଗର ମତ ଜାଣିବାକୁ ଚାହିଁଛନ୍ତି। ଅଯୋଧ୍ୟାରେ ବିଶ୍ୱ ହିନ୍ଦୁ ପରିଷଦର ମୁଖପାତ୍ର କହିଛନ୍ତି ଏହି ନିଷ୍ପତ୍ତିକୁ ପରିଷଦ ସ୍ୱାଗତ କରୁଛି। ଧାର୍ମିକ ନଗରୀରେ ଏବେ ମଦ ଓ ମାଂସର ବିକ୍ରିକୁ ନେଇ ସାଧୁସନ୍ଥମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଲାଗି ରହିଛି।

ସାଧୁସନ୍ଥମାନଙ୍କ କହିବା ଅନୁଯାୟୀ ଜିଲ୍ଲାରେ ମଦ ଓ ମାସ ବିକ୍ରି ହେବା ଭଗବାନ ରାମଙ୍କ ପ୍ରତି ଅପମାନସୂଚକ। ମଦ ଓ ମାଂସ ସେବନ ହେତୁ ହିଂସା ଓ ପ୍ରଦୂଷଣଜନିତ ସମସ୍ୟା ଉପୁଜୁଛି ବୋଲି ସାଧୁସନ୍ଥମାନେ ଅଭିଯୋଗ କରିଆସୁଛନ୍ତି। ଏଣୁ ସରକାର ଏବେ ସେହି କଥା ପ୍ରତି ଗୁରୁତ୍ୱ ଦେଉଛନ୍ତି।