ଓଡ଼ିଶା ପରେ ସାମ୍ବାଦିକଙ୍କୁ କୋଭିଡ ଯୋଦ୍ଧା ଘୋଷଣା କଲେ ଯୋଗୀ ସରକାର, ଅଗ୍ରାଧିକାର ଭିତ୍ତିରେ ଦିଆଯିବ ଟିକା

ଲକ୍ଷ୍ନୌ: ଓଡ଼ିଶା ପରେ ଯୋଗୀ ସରକାର ସାମ୍ବାଦିକମାନଙ୍କୁ କୋଭିଡ ଯୋଦ୍ଧା ଭାବେ ଘୋଷଣା କରିଛନ୍ତି । ସବୁ ଗଣମାଧ୍ୟମର କର୍ମୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବାକୁ ଯୋଗୀ ଆଦିତ୍ୟନାଥ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତ୍ୟେକ ଗଣମାଧ୍ୟମ କର୍ମଚାରୀଙ୍କୁ ସେମାନଙ୍କ କାର୍ଯ୍ୟାଳୟରେ ଟିକା ପ୍ରଦାନ କରାଯିବା ନେଇ ସେ କହିଛନ୍ତି   ।

ଏହା ମଧ୍ୟରେ ଖୁସିଖବର ଆସିଛି କି ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ହାର ହ୍ରାସ ପାଇଛି । ଏବେ ରାଜ୍ୟରେ ଦୈନିକ ସଂକ୍ରମଣ ୩୦ ହଜାର ତଳକୁ ଖସିଥିବା ବେଳେ ସୁସ୍ଥତା ହାର ବଢିଛି । ୟୁପିରେ କରୋନା ସଂକ୍ରମଣ କମୁଥିବା ବେଳେ ପଡୋଶୀ ରାଜ୍ୟ ଦିଲ୍ଲୀରେ କିନ୍ତୁ ସ୍ଥିତି ଗମ୍ଭୀର ରହିଛି ।

କହିରଖୁ କି ସାମ୍ବାଦିକମାନଙ୍କୁ କୋଭିଡ ଯୋଦ୍ଧା ଭାବେ ଘୋଷଣା କରି ଓଡ଼ିଶା ସରକାର ପ୍ରଥମେ ଟିକା ଦେବା ଆରମ୍ଭ କରିଛନ୍ତି । ଏହା ସହ ଓଡ଼ିଶା ସରକାର ଘୋଷଣା କରିଛନ୍ତି କି, ଯଦି କୌଣସି କାର୍ଯ୍ୟରତ ସାମ୍ବାଦିକଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୁଏ ତେବେ ତାଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଜ୍ୟ ସରକାର ଯୋଗାଇ ଦେବେ ।

ସମ୍ବନ୍ଧିତ ଖବର