ଝାନ୍ସୀ: ଉତ୍ତରପ୍ରଦେଶର ଝାନ୍ସୀରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ଗ୍ରାହକ ସେତେବେଳେ ରାଗିକି ପଞ୍ଚମ ହୋଇଗଲେ, ଯେତେବେଳେ ତାଙ୍କ ନିରାମିଷ ବିରିୟାନିରୁ ଏକ ହାଡ଼ ବାହାରିଲା। ଏହାର ସୂଚନା ପାଇବା ମାତ୍ରକେ ରାଷ୍ଟ୍ର ଭକ୍ତ ସଂଗଠନ ସହିତ କିଛି ଅନ୍ୟ ହିନ୍ଦୁବାଦୀ ସଂଗଠନର କାର୍ଯ୍ୟକର୍ତ୍ତା ସେଠାରେ ପହଞ୍ଚିଛନ୍ତି ଓ ନାରାବାଜି କରିବାରେ ଲାଗିଛନ୍ତି।
ଏହାରି ମଧ୍ୟରେ ଦୋକାନୀ ଭୟରେ ଦୋକାନ ବନ୍ଦ କରି ସେଠାରେ ପଳାଇ ଯାଇଛି। ହଙ୍ଗାମାର ଖବର ଶୁଣିବା ମାତ୍ରକେ ହିଁ ସହରର ମାଜିଷ୍ଟ୍ରେଟ୍ ଯାଇ ସେଠାରେ ପହଞ୍ଚି ଘଟଣା ସଂପର୍କରେ ଟିକ୍ନିକ୍ କଥା ବୁଝିଛନ୍ତି।
ଜାଣି ରଖନ୍ତୁ ଯେ ଝାନ୍ସୀର ନବାବାଦ ଥାନାର ଆସିକ ଚୌରାହରେ ହାଇଦ୍ରାବାଦି ଭେଜ୍ ବିରିୟାନିର ଏକ ଆଉଟ୍ଲେଟ୍ ରହିଛି। ଯାହାକୁ ସମୀର ଖାନ୍ ନାମକ ଜଣେ ଯୁବକ ଚଲାନ୍ତି। ପ୍ରତିଦିନ ପରି ବୁଧବାର ଦିନ ବି ବିରିୟାନି ଖାଇବାକୁ ଓ ନେଇଯିବାକୁ ଲୋକ ଭିଡ଼ ଜମିଥିଲା।
ସେମାନଙ୍କ ମଧ୍ୟରେ ଶିବା ନାମଜ ଜଣେ ଯୁବକ ନିଜ ବନ୍ଧୁ ଆଦର୍ଶଙ୍କୁ ନେଇ ସେଠାରେ ପହଞ୍ଚିଥିଲେ। ସେମାନେ ଖାଇବା ପାଇଁ ବିରିୟାନି ବରାଦ ଦେଇଥିଲେ। ସେ ଦୁହେଁ ବିରିୟାନି ନେଇ ସେଠାରୁ ଚାଲି ଯାଇଥିଲେ। ଶିବା ହେଉଛନ୍ତି ହସ୍ପିଟାଲ୍ର ସଫେଇ କର୍ମଚାରୀ। ଯେତେବେଳେ ସେ ତାଙ୍କ ବିରିୟାନି ନେଇ ହସ୍ପିଟାଲ୍ରେ ଖୋଲିଲେ ତ ସେଥିରୁ ଏକ ହାଡ଼ ଦେଖିଲେ। ତା’ପରେ ସେ ତୁରନ୍ତ ଉକ୍ତ ଦୋକାନକୁ ଗଲେ। ଏହା ସହିତ ସେ ରାଷ୍ଟ୍ର ଭକ୍ତ ସଂଗଠନକୁ ମଧ୍ୟ ଏନେଇ ସୂଚୀତ କରିଦେଲେ। ପରେ ପରେ ଅନେକ ଯୁବକ ସେଠାରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଦାବି କରିବାରେ ଲାଗିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/02/27/q65eGr1l1PzOeKQKABzu.jpg)