ଲକ୍ଷ୍ନୌ: ବିଜେପି ଲଗାତାର ଦ୍ବିତୀୟ ଥର ପାଇଁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିବାପରେ ଆଜି ବିଧାନ ପରିଷଦ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି। ଉତ୍ତରପ୍ରଦେଶରେ ଖାଲି ପଡ଼ିଥିବା ୩୬ ବିଧାନ ପରିଷଦ ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଥିଲା। ବିଜେପି ଏଥିରୁ ୩୩ ଆସନରେ ବିଜୟୀ ହୋଇଛି। ୯ଟି ଆସନରେ ଏହା ଅପ୍ରତିଦ୍ବନ୍ଦ୍ବୀ ଭାବେ ଜିତିଛି। କିନ୍ତୁ ଦଳ ବାରଣାସୀରେ ଜେଲ୍ରେ ଥିବା ମାଫିଆ ଡନ୍ ବ୍ରିଜେଶ୍ ସିଂହ ପରିବାରର ଏକଛତ୍ରବାଦକୁ ଶେଷ କରିବାରେ ବିଫଳ ହୋଇଛି। ବ୍ରିଜେଶ ସିଂହଙ୍କ ପତ୍ନୀ ନିର୍ବାଚନ ଜିତି ଲଗାତାର ଦ୍ବିତୀୟ ଥର ପାଇଁ ଏମ୍ଏଲସି ହୋଇଛନ୍ତି। ଏପ୍ରିଲ ୯ରେ ଉତ୍ତରପ୍ରଦେଶରେ ୩୬ ଆସନରେ ବିଧାନ ପରିଷଦ ନିର୍ବାଚନ ହୋଇଥିଲା। ନିର୍ବାଚନ ଫଳାଫଳ ସରକାରୀ ଭାବେ ଘୋଷଣା ହେବାପରେ ବିଜେପି ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଉଭୟ ଗୃହରେ ସଂଖ୍ୟାଗରିଷ୍ଠତା ହାସଲ କରିବ। ବର୍ତ୍ତମାନ ବିଜେପିର ୩୪ ଏମ୍ଏଲ୍ସି ଥିବାବେଳେ ସମାଜବାଦୀ ପାର୍ଟିର ୧୭ ଏବଂ ବିଏସ୍ପିର ୪ ଏମ୍ଏଲ୍ସି ଅଛନ୍ତି। ଚଳିତ ଥର ଅଖିଳେଶ ଯାଦବଙ୍କ ନେତୃତ୍ବାଧୀନ ସପା ଦଳରୁ କୌଣସି ଜଣେ ହେଲେ ପ୍ରାର୍ଥୀ ଜିତିନାହାନ୍ତି। ବିଧାନ ପରିଷଦ ନିର୍ବାଚନରେ ଏହି ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଜୟୀ ଏମ୍ଏଲସି ପ୍ରାର୍ଥୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଉତ୍ତରପ୍ରଦେଶ ବିଧାନ ପରିଷଦ ନିର୍ବାଚନ: ପୋଛିନେଲା ବିଜେପି , ୩୬ରୁ ୩୩ ଆସନରେ ବିଜୟୀ
ବାରଣାସୀରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ
/sambad/media/post_attachments/wp-content/uploads/2022/01/election-fffaaa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)