୨୦୧୯ ଲୋକସଭା ନିର୍ବାଚନ ଲାଗି ଉତ୍ତର ପ୍ରଦେଶରେ ସକ୍ରିୟ ହେଲା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ , ୭୧ଟି ସିଟ୍‌ ପାଇଁ ନିଜର ପ୍ରଭାରୀ ନିଯୁକ୍ତ କରିଲା

ଲକ୍ଷ୍ନୌ :୨୦୧୯ ଲୋକସଭା ନିର୍ବାଚନ ଲାଗି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଉତ୍ତର ପ୍ରଦେଶରେ ଖୁବ୍‌ ସକ୍ରିୟ ହୋଇଛି। ମିଳିଥିବା ଖବର ଅନୁଯାୟୀ ଉତ୍ତର ପ୍ରଦେଶର ସମସ୍ତ ୮୦ଟି ଲୋକସଭା ନିର୍ବାଚନ ମଣ୍ଡଳୀର ଆରଏସଏସର ସ୍ୱୟଂସେବକ ଓ କାର୍ଯ୍ୟକର୍ତ୍ତାମାନେ ସକ୍ରିୟ ହୋଇଛନ୍ତି। ଏଥିପାଇଁ ଆରଏସ୍‌ଏସ୍‌ ଭାଜପା ହାତରେ ଥିବା ୭୧ଟି ସିଟ୍‌ ପାଇଁ ନିଜର ପ୍ରଭାରୀ ନିଯୁକ୍ତ କରିଛି। ଏମାନେ ଗ୍ରାଉଣ୍ଡ ଜିରୋରୁ ଲୋକସଭା ସାଂସଦଙ୍କର ଲୋକପ୍ରିୟତାର ବିଶ୍ଳେଷଣ କରିବେ। ଏହି ପ୍ରଭାରୀମାନଙ୍କ ଆକଳନ ଅନୁସାରେ ଆଗାମୀ ନିର୍ବାଚନରେ ଟିକେଟ ଦିଆଯିବ ବୋଲି ଜଣାଯାଇଛି।

ଭାରତୀୟ ଜନତା ପାର୍ଟି ଉତ୍ତର ପ୍ରଦେଶରେ କର୍ମକର୍ତ୍ତାଙ୍କ ଭିତରେ ଥିବା ମନୋମାଳିନ୍ୟ ଦୂର କରି ଏକଜୁଟ କରିବାର ଦାୟିତ୍ୱ ଗୋର୍ଦ୍ଧନ ଜଡାଫିୟାଙ୍କୁ ପ୍ରଦାନ କରିଛି। ଆରଏସଏସ ପକ୍ଷରୁ ଏହି ଦାୟିତ୍ୱ ଯୁଗ୍ମ ସଂପାଦକ କୁଷ୍ଣା ଗୋପାଳଙ୍କୁ ଦିଆଯାଇଛି। କୁହାଯାଉଛି ଯେ କୃଷ୍ଣା ଗୋପାଳ ଯାହାଙ୍କ ନାଆଁ ସୁପାରିଶ କରିବେ,ତାଙ୍କୁ ଲୋକସଭା ନିର୍ବାଚନରେ ଟିକେଟ୍‌ ମିଳିବା ଥୟ। ଉତ୍ତର ପ୍ରଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ପୂର୍ବବତ୍‌ ରହିଛି ବୋଲି ଅବଶ୍ୟ କୁହାଯାଉଛି।

ସମ୍ବନ୍ଧିତ ଖବର