ଗୋଟେ ଦିନରେ ୨୨କୋଟି ଚାରା ଗଛ ଲଗାଇ ବିଶ୍ୱ ରେକର୍ଡ ସୃଷ୍ଟି କଲେ ଉତ୍ତରପ୍ରଦେଶ ସରକାର

ପ୍ରୟାଗରାଜ : ଗୋଟେ ଦିନରେ ୨୨କୋଟି ଚାରା ଗଛ ଲଗାଇ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି ଉତ୍ତରପ୍ରଦେଶ ସରକାର । ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲଡ ରେକର୍ଡରେ ଉତ୍ତରପ୍ରଦେଶର ନାଁ ସାମିଲ ହୋଇଥିବା ବେଳେ ଶୁକ୍ରବାର ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲଡର ଅଧିକାରୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏ ନେଇ ପ୍ରମାଣପତ୍ର ଦେଇଛନ୍ତି । ଉତ୍ତରପ୍ରଦେଶ ସରକାର ଭାରତ ଛାଡ଼ ଆନ୍ଦୋଳନର ୭୭ବର୍ଷ ପୂର୍ତ୍ତି ଅବସରରେ ଏକ ବୃକ୍ଷରୋପଣ ମହାକୁମ୍ଭର ଆୟୋଜନ କରିଥିଲେ । ଏହି ମହାକୁମ୍ଭରେ ଗୋଟେ ଦିନରେ ୨୨କୋଟି ଗଛ ଲଗାଇବା ପାଇଁ ଲକ୍ଷ ରଖା ଯାଇଥିବା ବେଳେ ସଂନ୍ଧ୍ୟା ୫ଟା ମଧ୍ୟରେ ଏହି ଲକ୍ଷକୁ ପୂରଣ କରାଯାଇଥିଲା । କିଛି ଦିନ ତଳୁ ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ପ୍ରୟାଗରାଜରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

ତେବେ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାର୍ଲଡର ପ୍ରମାଣପତ୍ର ପାଇବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ କହିଥିଲେ, ଆମର ଆଗାମୀ ପିଢ଼ିକୁ ସ୍ୱଚ୍ଛ ପରିବେଶ ଦେବା ଆମର ଦାୟିତ୍ୱ । ଗଛ ଥିଲେ ଜଳ ଅଛି । ଜଳ ଥିଲେ ଜୀବନ ଅଛି । ସେଥି ପାଇଁ ଆସନ୍ତା ବର୍ଷ ୨୫କୋଟି ଚାରା ଗଛ ଲଗାଯିବ ବୋଲି ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର