ଲକ୍ଷ୍ମୌ: ଉତ୍ତରପ୍ରଦେଶର ଗ୍ରାମାଞ୍ଚଳରେ କରୋନା ମହାମାରୀ ହେତୁ ଦୁଃଖର ପାହାଡ ଖସି ପଡ଼ିଛି। ଏଠାରେ ଏକ ଗ୍ରାମରେ ତିନିସପ୍ତାହ ମଧ୍ୟରେ ଗୋଟିଏ ପରେ ଗୋଟିଏ ଲୋକଙ୍କ ମୃତ୍ୟୁ ହେବାରେ ଲାଗିଛି। ଆଶ୍ଚର୍ଯ୍ୟର କଥା ଅନେକ ମୃତଲୋକଙ୍କ ଶରୀରରେ କରୋନାର କୌଣସି ଲକ୍ଷଣ ନଥିବା ବେଳେ ହଠାତ ମୃତ୍ୟୁ ଚିନ୍ତାରକାରଣ ପାଲଟିଛି।ଏଭଳି ମୃତ୍ୟୁ ଲୋକଙ୍କ ମଧ୍ୟରେ ଏକ ପ୍ରକାର ଭୟର ବାତବରଣ ସୃଷ୍ଟି କରିଛି।

Advertisment

ଏଭଳି ପରିସ୍ଥିତିରେ ରାଏବରେଲିର ସୁଲ୍ଲତାନପୁରର ଖେଡ଼ା ଗ୍ରାମରେ କରୋନାରେ ସଂକ୍ରମିତ ହୋଇ ଜଣେ କି ଦୁଇଜଣ ନୁହେଁ, ୧୭ଜଣଙ୍କ ଗୋଟିଏ ସପ୍ତାହ ଭିତରେ ମୃତ୍ୟୁ ହୋଇଛି। କାନ୍ଦବୋବାଳିରେ ଗାଁ ଫାଟି ପଡ଼ୁଛି। ଏହି ଗ୍ରାମରେ ପାଖାପାଖି ୫୦୦ ପରିବାର ବସବାସ କରନ୍ତି। ଗତ କିଛିଦିନ ହେବ ଏହି ଗ୍ରାମରେ ଜଣକ ପରେ ଜଣକଙ୍କ ପ୍ରାଣ ଚାଲି ଯାଉଛି। ମୃତ୍ୟୁ ହୋଇଥିବା ୧୭ଜଣଙ୍କୁ ପ୍ରଥମେ ଜ୍ବର ହୋଇଥିଲା ତା’ପରେ ଥଣ୍ଡା କାଶ ହୋଇ ନିଶ୍ବାସ ନେବାର ଅସୁବିଧାର ହୋଇଥିଲା। ଏହାର କିଛିଦିନ ମଧ୍ୟରେ ହଠାତ ସେମାନଙ୍କ ମୃତ୍ୟୁ ହୋଇଯାଇଥିଲା।

ଆଶ୍ଚର୍ଯ୍ୟର କଥା ହେଉଛି କରୋନାରେ ସଂକ୍ରମିତ ହୋଇ ଗୋଟିଏ ଗ୍ରାମର ୧୭ଜଣଙ୍କ ମୃତ୍ୟୁ ହୋଇଥିଲେ ହେଁ ପ୍ରଶାସନ କୌଣସି ପ୍ରକାର ପଦକ୍ଷେପ ନେଇ ନାହିଁ। ଏମିତି କି କୌଣସି ବି ଟିମ ଗାଁରେ ପହଞ୍ଚି ନାହାନ୍ତି। କି ସାନିଟାଇଜେସନ ବି ହୋଇ ନାହିଁ।