ମଥୁରା : ବିଲାଲ ନାମକ ଉତ୍ତରପ୍ରଦେଶ ମଥୁରାର ଜଣେ ୨୧ ବର୍ଷୀୟ ଯୁବକ ନିଜକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠର ସଚିବ କହି ଏକ ନକଲି ଫେସ୍‌ବୁକ୍ ଆକାଉଣ୍ଟ ଖୋଲି ଲୋକଙ୍କୁ ଠକୁଥିଲା। ପଶ୍ଚିମବଙ୍ଗର ବିଧାନନଗର ପୁଲିସ ସମ୍ପୃକ୍ତ ଯୁବକକୁ ମଥୁରାରୁ ଗିରଫ କରିଛି।

Advertisment

ସୂଚନାଯୋଗ୍ୟ, ବିଲାଲ ପଶ୍ଚିମବଙ୍ଗର ଆଇଏଏସ୍ ଅଫିସର ପିବି ସଲିମଙ୍କ ନାମରେ ଏକ ନକଲି ଫେସ୍‌ବୁକ୍ ଆକାଉଣ୍ଟ ଖୋଲି ସେଥିରେ ତାଙ୍କ ଫଟୋ ବି ରଖିଥିଲା। ସଲିମ ହେଉଛନ୍ତି ପଶ୍ଚିମବଙ୍ଗ ଶକ୍ତି ଉନ୍ନୟନ ନିଗମର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଜନ ଅଭିଯୋଗ ଶୁଣାଣି କେନ୍ଦ୍ରର ଓଏସ୍‌ଡି ଓ ସଚିବ ଏବଂ ପଶ୍ଚିମବଙ୍ଗ ସଂଖ୍ୟାଲଘୁ ଏବଂ ରାଜ୍ୟ ଉନ୍ନୟନ ଓ ଅର୍ଥ ନିଗମର ଅଧ୍ୟକ୍ଷ। ମୁଖ୍ୟମନ୍ତ୍ରୀଙ୍କୁ କହି କାମ କରାଇଦେବାକୁ ସେ ଲୋକଙ୍କୁ ଟଙ୍କା ମାଗୁଥିଲା। ଫେସ୍‌ବୁକ୍‌ରେ ସେ ତା’ର ଗୁଗଲପେ ଆକାଉଣ୍ଟ ଦେଇଥିଲା ଓ ସେ ଆକାଉଣ୍ଟରେ ଟଙ୍କା ଜମା କରିବାକୁ କହୁଥିଲା। ସେ ଅଫିସରଙ୍କ ସାଙ୍ଗସାଥୀଙ୍କୁ ବି ଟଙ୍କା ମାଗୁଥିଲା। ଅଫିସରଙ୍କଠାରୁ ଅଭିଯୋଗ ପାଇ ବିଧାନନଗର ପୁଲିସ ବିଲାଲକୁ ଗିରଫ କରିବା ସହ ତା’ର ମୋବାଇଲ ଫୋନ୍‌କୁ ଜବତ କରିଛି।