ନୂଆଦିଲ୍ଲୀ: ଚାରି ଧାମ ଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।  ନିକଟରେ ହେମକୁଣ୍ଡ ସାହିବ ଯାତ୍ରା ସମୟରେ ପଞ୍ଜାବରୁ ଆସିଥିବା ତିନି ତୀର୍ଥଯାତ୍ରୀଙ୍କ ହୃତଘାତରେ ମୃତ୍ୟୁ ହୋଇଥିଲା।

Advertisment

ଏହାବ୍ୟତୀତ ବଦ୍ରିନାଥ ଧାମ ଯାତ୍ରା ସମୟରେ ବି ଜ‌ଣେ ଯାତ୍ରୀଙ୍କ ​​ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥିବା ବେଳେ  ଚାରିଧାମ ଯାତ୍ରା ସମୟରେ ୬୪ଜଣ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବ‌ା ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି।

ଏହି ରିପୋର୍ଟ ଅନୁଯାୟୀ ଜଣାପଡ଼ିଛି, ୧୭ଦିନ ଧରି ଆରମ୍ଭ ହୋଇଥିବ‌ା କେଦାରନାଥ ଧାମ ଯାତ୍ରା ସମୟରେ ୨୭ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏ ସମସ୍ତଙ୍କ ମୃତ୍ୟୁ ହାଇପୋଥର୍ମିଆ ଏବଂ ହୃଦଘାତ ହେତୁ ହୋଇଥିବା କୁହାଯାଉଛି। ଚାରିଧାମ ଯାତ୍ରା ସମୟରେ ଯେଉଁମାନଙ୍କର ବି ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଉଛି ସେମାନଙ୍କ ପୂର୍ବରୁ  ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଥିବା ଡାକ୍ତରି ପରୀକ୍ଷାରୁ ଜଣାପଡ଼ିଛି।

ସାଧାରଣତଃ ଯେତେବେଳେ ତୀର୍ଥଯାତ୍ରୀମାନେ ଗରମ ସ୍ଥାନରୁ ସିଧାସଳଖ ଥଣ୍ଡା ପରିବେଶରେ ପହଞ୍ଚୁଛନ୍ତି ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ପଡ଼ୁଛି। ଏହାକୁ ଦୃଷ୍ଟିରେ ରଖି ପୁଲିସ ଏବଂ ପ୍ରଶାସନ ତୀର୍ଥଯାତ୍ରୀମାନଙ୍କୁ ପାଣିପାଗ ବିଷୟରେ ଅବଗତ କରାଉଛନ୍ତି।

ସରକାରଙ୍କ ସୂତ୍ରରୁ ପ୍ରକାଶ, ପଚାଶ ବର୍ଷରୁ ଅଧିକ ବୟସର ତୀର୍ଥଯାତ୍ରୀଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚର ଆବଶ୍ୟକ ରହିଛି। କିନ୍ତୁ ଉକ୍ତ ତୀର୍ଥଯାତ୍ରୀମାନେ ନିଜର ସ୍ବାସ୍ଥ୍ୟର ଚେକଅପ୍ ବିନା କେଦାରନାଥ ଧାମରେ ​​ପହଞ୍ଚୁଛନ୍ତି। ଯେଉଁ କାରଣରୁ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଉଛି।

ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ଏଚସିଏସ ମାର୍ଟୋଲିଆ କହିଛନ୍ତି ଯେ କେଦାରନାଥ ଯାତ୍ରା ସମୟରେ ୨୦୦୮ ତୀର୍ଥଯାତ୍ରୀଙ୍କୁ ଓପିଡି ମାଧ୍ୟମରେ ଚିକିତ୍ସା କରାଯାଇଥିଲା, ଯେଉଁଥିରେ ୧୩୨୯ ପୁରୁଷ ଏବଂ ୬୭୯ ମହିଳା ସାମିଲ ହୋଇଥିଲେ। ।