ଡେରାଡୁନ: ଉତ୍ତରାଖଣ୍ଡର ଏକ ପାହାଡିଆ ରାସ୍ତା ଦେଇ ମିନିବସ ଯାଉଥିବା ବେଳେ ଶୁକ୍ରବାର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏକ ମିନି ବସର ଚାଳକ ଭାରସାମ୍ୟ ହରାଇବାରୁ ଘଟଣାସ୍ଥଳରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି।

Advertisment

ଉତ୍ତରକାଶୀ ଜିଲ୍ଲାର ଭଟଓ୍ଵାରୀ ନିକଟସ୍ଥ ସୋନଗଡରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ସଂପର୍କରେ ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଛି। ଏସଡିଆରଏଫ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି।