ଡେରାଡୁନ: ପୁଣି ଉତ୍ତରାଖଣ୍ଡରେ ଅଘଟଣ । ହିମସ୍ଖଳନ ପରେ ଏବେ ଭୂସ୍ଖଳନର ଭୟ । ଚାମୋଲିରେ ପୁଣି ପ୍ରକୃତି ରଚିଲା ତାଣ୍ଡବ । ଚାମୋଲି ଗୋବିନ୍ଦଘାଟରେ ଆଜି ସକାଳେ ସକାଳେ ପାହାଡ ଧସିଛି । ଏବଂ ଭୂସ୍ଖଳନ କାରଣରୁ ହେମକୁଣ୍ଡ ସାହିବକୁ ଯୋଡୁଥିବା ପୋଲ ଭୁଶୁ଼ଡି ପଡିଛି । ଚାମୋଲି ଜିଲ୍ଲାରେ ହିମସ୍ଖଳନର ଭୟ ଏବେବି ଥିବା ବେଳେ ଭୂସ୍ଖଳନ ପୁଣଇ ଲୋକଙ୍କୁ ଡରାଇଛି ।
ତେବେ ଚାମୋଲିରେ ପାଣିପାଗ ଠିକ୍ ରହୁ ନଥିବା କାରଣରୁ ପ୍ରାକୃତିକ ଅଘଟଣ ଘଟୁଥିବା ପାଣିପାଗ ବିଜ୍ଞାନୀ କହିଛନ୍ତି । ମାର୍ଚ୍ଚ ୮ ପରେ ପାଣିପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ । ବଦ୍ରିନାଥ, ହେମକୁଣ୍ଡ ସାହିବ ଆଦି ଅଞ୍ଚଳରେ ପ୍ରବଳ ତୁଷାରପାତ ହେଉଥିବା ବେଳେ ଅନେକ ସ୍ଥାନରେ ବର୍ଷା ହେଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/03/05/UmtGIdaRSK9VeVcwFhB1.jpg)