ଡେରାଡୁନ୍ : କଂଗ୍ରେସ ନେତା ହରିଶ ରାୱତଙ୍କ ‘ମୁଖ୍ୟମନ୍ତ୍ରୀ ହେବି ନଚେତ୍ ଘରେ ବସିବି’ ମନ୍ତବ୍ୟକୁ ବିଜେପି କଡ଼ା ସମାଲୋଚନା କରିଛି। ରାଜ୍ୟ ବିଜେପି ଗଣମାଧ୍ୟମ ଦାୟିତ୍ୱରେ ଥିବା ମନବୀର ଚୌହାନ କହିଛନ୍ତି, ନିର୍ବାଚନ ଫଳାଫଳ ଘୋଷଣାକୁ ଅପେକ୍ଷା କରିବା ପାଇଁ ରାୱତଙ୍କର ଧୈର୍ଯ୍ୟ ନାହିଁ। କଂଗ୍ରେସର କ୍ଷମତା ଲୋଭ ଏତେ ତଳ ସ୍ତରରେ ପହଞ୍ଚିଛି ଯେ ଇଭିଏମ୍ରେ ମତଦାନ ସିଲ୍ ହୋଇଥିଲେ ମଧ୍ୟ ଦଳରେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଲଢ଼େଇ ଆରମ୍ଭ ହୋଇସାରିଛି। ରାୱତ ଦିବା ସ୍ବପ୍ନ ଦେଖିବା ଆରମ୍ଭ କରିଛନ୍ତି ବୋଲି ଚୌହାନ କହିଛନ୍ତି।
ଉତ୍ତାଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ହରିଶ ରାୱତ ଦିବା ସ୍ବପ୍ନ ଦେଖୁଛନ୍ତି: ବିଜେପି
/sambad/media/post_attachments/wp-content/uploads/2021/10/harish-rawat.jpeg)