ଡେରାଡୁନ୍: ଉତ୍ତରାଖଣ୍ଡ ମନ୍ତ୍ରିମଣ୍ଡଳର ଏକ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ଇତିହାସରେ ସର୍ବପ୍ରଥମ ଥର ପାଇଁ ରାଜ୍ୟ ରାଜଧାନୀ ବାହାରେ ଅନୁଷ୍ଠିତ ହୋଇଯାଇଛି। ଗତ ବୁଧବାର ଦିନ ଦେଶର ଉଚ୍ଚତମ ଡ୍ୟାମ୍ ତେହେରି ଜଲଭଣ୍ଡାର ମଧ୍ୟରେ ଏକ ଭାସମାନ ବରାଟକାୟ ଡଙ୍ଗା ମଧ୍ୟରେ ଆୟୋଜିତ ହୋଇଥିଲା ଉତ୍ତରାଖଣ୍ଡ ମନ୍ତ୍ରିମଣ୍ଡଳର ଏହି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ।
/sambad/media/post_attachments/wp-content/uploads/2018/05/Uttarakhand1.jpg)
ଦେଶର ଉଚ୍ଚତମ ଡ୍ୟାମ୍ ତେହେରିର ଜଳରାଶି ଉପରେ ‘ମାରିନା’ ନାମକ ଏକ ବରାଟକାୟ ଡଙ୍ଗା ମଧ୍ୟରେ ଆୟୋଜିତ ଏହି କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାଓ୍ଵତ ଅଧ୍ୟକ୍ଷତା କରିଥିବା ବେଳେ ମନ୍ତ୍ରି ପରିଷଦର ସମସ୍ତ ସଦସ୍ୟ ଏହି କ୍ୟାବିନେଟ ବୈଠକରେ ଅଂଶଗ୍ରହଣ କରିଥିଲେ।
/sambad/media/post_attachments/wp-content/uploads/2018/05/Uttarakhand3.jpg)
ଏହି କ୍ୟାବିନେଟ ବୈଠକରେ ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ଗୃହୀତ ହୋଇଥିଲା। କିଛି ନୂଆ ଓ ନିଆରା କରିବାର ଅଭିପ୍ରାୟରେ ଉତ୍ତରପ୍ରଦେଶ ମନ୍ତ୍ରିମଣ୍ଡଳର ଏହି କ୍ୟାବିନେଟ ବୈଠକ ତେହେରି ଜଳଭଣ୍ଡାର ମଧ୍ୟରେ ଆୟୋଜନ କରାଯାଇଥିବା କୁହାଯାଇଥିବା। ଅନ୍ୟପକ୍ଷରେ ଏକ ଭାସମାନ ଡଙ୍ଗା ଉପରେ ଆୟୋଜିତ ଏହି କ୍ୟାବିନେଟ ବୈଠକ ମଧ୍ୟ ଦେଶରେ ସର୍ବପ୍ରଥମ ଥିବା କୁହାଯାଉଛି।
/sambad/media/post_attachments/wp-content/uploads/2018/05/Uttarakhand2.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/Uttarakhand.jpeg)