ଡେରାଡୁନ: ଭିନ୍ନ ଅନ୍ଦାଜରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ । ଟ୍ରାକ୍ଟର ଚଲାଇଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ । କୃଷକଙ୍କୁ ନେଇ ଆୟୋଜିତ ଏକ ଜନସମାବେଶରେ ସାମିଲ ହୋଇ ରୋଡ ସୋରେ ଟ୍ରାକ୍ଟର ଚଳାଇ ଗଲେ ପୁଷ୍କର ସିଂହ ଧାମୀ । ନିଜେ ମୁଖ୍ୟମନ୍ତ୍ରୀ ଟ୍ରାକ୍ଟର ଚଳାଉଥିବା ବେଳେ ଟ୍ରାକ୍ଟର ସାମ୍ନାରେ ତ୍ରିରଙ୍ଗା ପତାକା ଉଡୁଥିଲା । ଆଉ ଖୋଦ୍ ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଟିଏ ପରି, ସାଧାରଣ ଚାଷୀଟିଏ ପରି ଟ୍ରାକ୍ଟର ଚଳାଇ ଆଗକୁ ଆଗକୁ ଯାଉଥିଲେ । 

Advertisment

ତେବେ କୃଷକଙ୍କ ଉଦ୍ଦେଶ୍ୟରେ ଧାମୀ କହିଛନ୍ତି- ଚାଷୀମାନେ ଆମ ଦେଶର ମେରୁଦଣ୍ଡ। ଯେତେବେଳେ ମୁଁ ଟ୍ରାକ୍ଟର ଚଳାଉଛି ସେତେବେଳେ ଏହା କେବଳ ଏକ ଗାଡି ଚାଳନା ନୁହେଁ ବରଂ ଆମର ଅନ୍ନଦାତା ଭାଇମାନଙ୍କ କଠିନ ପରିଶ୍ରମକୁ ସଲାମ କରିବା ପାଇଁ ଏକ ଛୋଟ ପ୍ରୟାସ ବୋଲି ଭାବିପାରିବେ ।

 ତେବେ ହରିଦ୍ବାରରେ ଏକ ଜନସମାବେଶକୁ ସମ୍ବୋଧନ କରି ଧାମୀ କହିଛନ୍ତି, ଅନ୍ନଦାତାଙ୍କ ସମୃଦ୍ଧି ପାଇଁ ଅନେକ ବିକାଶମୂଳକ କାମ କରାଯାଉଛି ।

ଧାମୀଙ୍କୁ ଖାଲି ଟ୍ରାକ୍ଟର ଚଳାଇବାର ନୁହେଁ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ନିଆରା ଅନ୍ଦାଜରେ ଦେଖିବାକୁ ମିଳେ । କେତେବେଳେ ସେ ମାଆଙ୍କୁ ତ୍ରିବେଣୀରେ ଗାଧୋଇ ଦେବାର ଦେଖିବାକୁ ମିଳେ ତ କେତେ ଢୋଲ ବଜାଇବାର । ପୁଣି କେତେବେଳେ ପିଲାଙ୍କ ଖେଳିବାର ।