ଇସ୍ତଫା ଦେଇପାରନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ, ଅପରାହ୍ନ ୪ଟାରେ ରାଜ୍ୟପାଳଙ୍କୁ ଭେଟିବେ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ସରକାରରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ ଆଜି ନିଜ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ଦିଲ୍ଲୀରୁ ଡେରାଡୁନ ଫେରି ତ୍ରିଭେନ୍ଦ୍ର ସିଂହ ରାୱତ ଆଜି ଅପରାହ୍ନ ୪ଟାରେ ଉତ୍ତରାଖଣ୍ଡ ରାଜ୍ୟପାଳ ବେବି ରାନୀ ମୋର୍ଯ୍ୟଙ୍କୁ ଭେଟିବେ। ରାଜ୍ୟପାଳଙ୍କୁ ଭେଟି ସେ ନିଜ ଇସ୍ତଫା ପତ୍ର ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ଏପର୍ଯ୍ୟନ୍ତ ‌କିଛି ସ୍ପଷ୍ଟ ସୂଚନା ମିଳିପାରିନାର୍ହି। କିଛି ମାସ ତଳେ ଉତ୍ତରାଖଣ୍ଡରେ ଦଳର ଅନେକ ବିଧାୟକ ଓ ମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତଙ୍କ ବିରୋଧରେ ମୋର୍ଚ୍ଚା କରିବା ପରଠାରୁ ତ୍ରିଭେନ୍ଦ୍ର ସିଂହ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା।

उत्तराखंड के मुख्यमंत्री त्रिवेंद्र सिंह रावत
aajtak

ବିଧାୟକମାନେ ଅଶାନ୍ତି ହେବା ପରଠାରୁ ବିଜେପି ତ୍ରିଭେନ୍ଦ୍ର ସିଂହ ରାୱତଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ନେଇ ଯୋଜନା କରୁଥିବା କଥା ଜଣାପଡ଼ିଥିଲା। ଏଭଳି ସ୍ଥିତିରେ ତ୍ରିଭେନ୍ଦ୍ର ସିଂହ ରାୱତ ଦିଲ୍ଲୀ ଯିବା ଏବଂ ସେଠାରୁ ଫେରି ରାଜ୍ୟପାଳଙ୍କୁ ଭେଟିବାର ଯୋଜନା ତାଙ୍କ ଇସ୍ତଫା ଆଡ଼କୁ ଇଶାରା କରୁଛି। ତେବେ ରାଜ୍ୟପାଳଙ୍କୁ ଭେଟିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ବିଜେପି ବିଧାୟକ ମୁନ୍ନା ସିଂହ ଚୌହାନ କହିଛନ୍ତି। ଇସ୍ତଫା ବିଷୟରେ କୌଣସି ପ୍ରତିକ୍ରିୟା ନରଖି ସେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରି କହିଛନ୍ତି ଯେ, ଦଳରେ ୫୭ବିଧାୟକ ଅଛନ୍ତି, ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କୁ ନେଇ କେବେ ବି କୌଣସି ଅଭିଯୋଗ କରିନାହାନ୍ତି। କ୍ଷମତାକୁ ଆସିବା ପରଠାରୁ ମୁଖ୍ୟମନ୍ତ୍ରୀ ଭଲ କାମ କରିଛନ୍ତି।

ସମ୍ବନ୍ଧିତ ଖବର