କୋଭିଡ୍‌-୧୯ଜନିତ ସ୍ୱାସ୍ଥ୍ୟଗତ ଜଟିଳତା ଯୋଗୁଁ ‘ଏମ୍‌ସ୍‌’କୁ ସ୍ଥାନାନ୍ତର ହେଲେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ଵତ

ଡେରାଡୁନ୍‌: କୋଭିଡ୍‌-୧୯ଜନିତ ସ୍ୱାସ୍ଥ୍ୟଗତ ଜଟିଳତା ଯୋଗୁଁ ଗୋଟିଏ ଦିନ ଡେରାଡୁନ୍‌ରେ ଚିକିତ୍ସା କରାଯିବା ପରେ ସୋମବାର ଦିନ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ଵତଙ୍କୁ ନୂଆଦିଲ୍ଲୀସ୍ଥିତି ‘ଏମ୍‌ସ୍‌’କୁ ସ୍ଥାନାନ୍ତର କରାଯାଇଛି। କୋଭିଡ୍‌-୧୯ ପଜିଟିଭ୍‌ ହୋଇଥିବା କଥା ଡିସେମ୍ବର ୧୮ ତାରିଖରେ ଜଣାପଡ଼ିବା ପରେ ସେ ଗୃହଏକାନ୍ତବାସରେ ଥିଲେ।

ରବିବାର ଦିନ ସାମାନ୍ୟ ଜ୍ୱର ଆସିବାରୁ ଡାକ୍ତରୀ ପରୀକ୍ଷା ନିମନ୍ତେ ୬୦ ବର୍ଷିୟ ତ୍ରିବେନ୍ଦ୍ରଙ୍କୁ ଡେରାଡୁନ୍‌ସ୍ଥିତ ସରକାରୀ ଡୁନ୍‌ ମେଡିକାଲ୍‌ କଲେଜକୁ ନିଆଯାଇଥିଲା।

Image Courtesy of The Times of India

ତାଙ୍କ ଚିକିତ୍ସକ ଡାକ୍ତର ଏନ୍‌ଏସ୍‌ ବିସ୍ତ୍‍ କହିଛନ୍ତି ଯେ, ତାଙ୍କ ଛାତିରେ ସଂକ୍ରମଣ ଚିହ୍ନଟ କରାଯାଇଛି। ଦିଲ୍ଲୀସ୍ଥିତ ‘ଏମ୍‌ସ୍‌’ର ଡାକ୍ତରମାନଙ୍କ ପରାମର୍ଶକ୍ରମେ ଅଧିକ ପରୀକ୍ଷାନିରୀକ୍ଷା ନିମନ୍ତେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ରଙ୍କୁ ଦିଲ୍ଲୀ ନିଆଯାଇଛି। ଆଜି ସକାଳେ ରାଜ୍ୟ ସରକାରଙ୍କ ହେଲିକପ୍ଟର୍‌ ଯୋଗେ ତାଙ୍କୁ ଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଛି।

ଚଳିତ ବର୍ଷ ବିଭିନ୍ନ ସମୟରେ ତାଙ୍କର ପ୍ରଶାସନିକ ଅଧିକାରୀ ଏବଂ ମନ୍ତ୍ରୀମାନେ କୋଭିଡ୍‌-୧୯ ପଜିଟିଭ୍‌ ହୋଇଥିବା ପରୀକ୍ଷାରୁ ଜଣାପଡ଼ିବା ପରେ ସେ ଅନେକ ଥର ଏକାନ୍ତବାସରେ ରହିଥିଲେ।

ତାଙ୍କର ପତ୍ନୀ ଏବଂ କନ୍ୟା ମଧ୍ୟ କରୋନାଭାଇରସ୍‌ ପଜିଟିଭ୍‌ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର