ଡେରାଡୁନ୍‌: ମଙ୍ଗଳବାର ଦିନ ସର୍ବସାଧାରଣଙ୍କ ନିମନ୍ତେ ନିଜ ବାସଭବନରେ ଆୟୋଜନ କରିଥିବା  ‘ହୋଲି ମିଳନ କାର୍ଯ୍ୟକ୍ରମ’ରେ ବିଭିନ୍ନ ରଙ୍ଗରେ ବୁଡ଼ି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଆନନ୍ଦରେ ପହାଡ଼ୀ ଗୀତ ଛନ୍ଦରେ ନୃତ୍ୟ କରିଥିଲେ।

Advertisment

ଟୁଇଟ୍‌ରେ ମୁଖ୍ୟମନ୍ତ୍ରୀ ଧାମୀ ଲେଖିଛନ୍ତି, ଆଜି ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆୟୋଜିତ ‘ହୋଲି ମିଳନ କାର୍ଯ୍ୟକ୍ରମ’ରେ ଦେବତୁଲ୍ୟ ଜନତା, ଶୁଭଚିନ୍ତକ ଏବଂ ପରିଜନଙ୍କ ଗହଣରେ ପାରମ୍ପରିକ ରୀତିରେ ହର୍ଷୋଲ୍ଲାସର ପର୍ବ ହୋଲି ପାଳନ କରାଯାଇଛି।

publive-image Image Courtesy of Zee News

ଏହି ଅବସରରେ, ସାଂସଦ, ମନ୍ତ୍ରୀ, ବିଧାୟକ ଏବଂ ସାମ୍ବାଦିକ ବନ୍ଧୁଙ୍କ ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବ୍ୟକ୍ତିବିଶେଷ, କାର୍ଯ୍ୟକର୍ତ୍ତାମାନେ ମଧ୍ୟ ହୋଲିର ଶୁଭେଚ୍ଛା ଜଣାଇଛନ୍ତି ବୋଲି ସେ ଲେଖିଛନ୍ତି।

ଚଳିତ ବର୍ଷ ଏହି ‘ହୋଲି ମିଳନ କାର୍ଯ୍ୟକ୍ରମ’ ମୁଖ୍ୟମନ୍ତ୍ରୀ ଧାମୀ ଆୟୋଜନ କରିଥିବା ପ୍ରଥମ ପ୍ରାକ୍‌-ହୋଲି ଖେଳ ନ ଥିଲା। ଏହା ପୂର୍ବରୁ ରବିବାର ଦିନ ଖଟୀମାସ୍ଥିତ ବାସଭବନରେ ମୁଖ୍ୟମନ୍ତ୍ରୀ ଧାମୀ ତାଙ୍କ ମାଆ ଓ ସ୍ଥାନୀୟ ବାସିନ୍ଦାଙ୍କ ସହିତ ମଧ୍ୟ ହୋଲି ପାଳିଥିଲେ। ଏହାଛଡ଼ା, ସେ ଟୁଇଟ୍‌ କରି ମାଆଙ୍କ ସହିତ ଉଠାଇଥିବା ଗୋଟାଏ ଫଟୋ ମଧ୍ୟ ସେୟାର୍‌ କରିଥିଲେ। ମାଆଙ୍କ ପ୍ରତି ସ୍ନେହ ବ୍ୟକ୍ତ କରି ସେ ଲେଖିଥିଲେ, ମାତୃ ଦେବୋ ଭବଃ। ଆଜି ଖଟୀମାର ନଗର ତରାଈରେ ମାଆଙ୍କ ମଥାରେ ହୋଲି ତିଳକ ଲଗାଇ ଆଶିଷ ଭିକ୍ଷା କଲି। ଦେବଭୂମୀର ସମସ୍ତ ଜନତାଙ୍କର ସେବା କରିବା ଲାଗି ମାଆଙ୍କର ଏହି ମମତାଭରା ଆଶିଷ ମତେ ନୂତନ ଶକ୍ତି ଦିଏ।