ଡେରାଡୁନ: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ଅପମାନଜନକ ପରାଜୟ ସତ୍ତ୍ୱେ କଂଗ୍ରେସ ବିଧାୟକ ଭୁବନ ଚନ୍ଦ୍ର କାପଡ଼ି ହାଇକମାଣ୍ଡଙ୍କ ହୃଦୟ ଜିତିଯାଇଛନ୍ତି। କାରଣ ସେ ଖତିମା ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ପରାସ୍ତ କରିଥିଲେ । ତେଣୁ ଦଳର ହାଇକମାଣ୍ଡ ବିଧାନସଭାରେ ତାଙ୍କୁ ବିରୋଧୀ ଦଳ ଉପ ନେତା ପଦ ଦେଇଛନ୍ତି । ଏଥି ସହିତ ଗୃହରେ ବିରୋଧୀ ଦଳ ଉପ ନେତା ଥିବା କରଣ ମହାରାଙ୍କୁ ପିସିସି ଅଧ୍ୟକ୍ଷ କରାଯାଇଛି।
ଯେତେବେଳେ କି ବିଜେପିରୁ କଂଗ୍ରେସକୁ ଆସିଥିବା ଯଶପାଲ ଆର୍ଯ୍ୟ ବିରୋଧୀ ଦଳର ନେତା ହେବେ। ବାସ୍ତବରେ, ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ଅପ୍ରତ୍ୟାଶିତ ପରାଜୟ ପରେ ପିସିସି ମୁଖ୍ୟ ଗଣେଶ ଗୋଡିୟାଲ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ । ଆଉ ରବିବାର ଦିନ ଦଳର ହାଇକମାଣ୍ଡଙ୍କ ଦ୍ୱାରା ଜାରି କରାଯାଇଥିବା ଆଦେଶରେ କରଣ ମହାରାଙ୍କୁ ଉତ୍ତରାଖଣ୍ଡ ପିସିସି ଅଧ୍ୟକ୍ଷ କରାଯାଇଛି।
ସୂଚନା ଥାଉ କି ଭୁବନ ଚନ୍ଦ୍ର କାପଡ଼ି ତାଙ୍କ ନିର୍ବାଚନମଣ୍ଡଳୀରୁ ଲଢ଼ୁଥିବା ମୁଖ୍ୟମନ୍ତ୍ରୀ ଧାମିଙ୍କୁ ପରାସ୍ତ କରିଥିଲେ |ଆଉ ଏହି ସଫଳତାକୁ ନେଇ ହାଇକମାଣ୍ଡ ତାଙ୍କ ଉପରେ ଖୁସି ହୋଇଯାଇଥିଲେ | ତେଣୁ ତାଙ୍କୁ ବିରୋଧୀ ଦଳ ଉପନେତା ଦାୟିତ୍ୱ ଦିଆଯାଇଛି |