ଉତ୍ତରାଖଣ୍ଡରେ ବିଜେପି ଗଢ଼ିପାରେ ସରକାର !

ଡେରାଡୁନ: ଉତ୍ତରାଖଣ୍ଡରେ ପୁଣି ସରକାର ଗଠନ କରିପାରେ ବିଜେପି | ଆଜି ପ୍ରକାଶ ପାଇଥିବା ବୁଥ ବାହୁଡା ମତରେ କିଛି ଏଭଳି ଚିତ୍ର ସାମ୍ନାକୁ ଆସିଛି | ମିଳିଥିବା ସୂଚନା ମୁତାବକ ଏବିପି-ସିଭୋଟର ଉତ୍ତରାଖଣ୍ଡରେ କଂଗ୍ରେସକୁ ୩୨ରୁ ୩୮, ବିଜେପି ୨୬ରୁ ୩୨, ଆମ ଆଦମୀ ପାର୍ଟି ୦ ରୁ ୨ ଓ ଅନ୍ୟାନ୍ୟ ୩ରୁ ୭ଟି ଆସନ ପାଇପାରନ୍ତି ବୋଲି ଆକଳନ କରିଛି | ସେହିପରି ଚାଣକ୍ୟ ପକ୍ଷରୁ ଆକଳନ କରାଯାଇଛି ଯେ ବିଜେପି ୪୩, କଂଗ୍ରେସ ୨୪ ସହ ଅନ୍ୟାନ୍ୟ ୩ଟି ଆସନ ପାଇପାରନ୍ତି |

ଇଣ୍ଡିଆଟୁଡ଼େ-ଆକ୍ସିସ ଇଣ୍ଡିଆ ପକ୍ଷରୁ ବିଜେପି ୩୬ରୁ ୪୬, କଂଗ୍ରେସ ୨୦ରୁ ୩୦, ବିଏସପି ୨ରୁ ୪ ଓ ଅନ୍ୟାନ୍ୟ ୨ରୁ ୫ଟି ଆସନ ପାଇପାରନ୍ତି | ଜନ କି ବାତ ପକ୍ଷରୁ ବିଜେପି ୩୨ରୁ ୪୧, କଂଗ୍ରେସ ୨୭ରୁ ୩୫, ଆମ ଆଦମୀ ପାର୍ଟି ୦ ରୁ ୧, ବିଏସପି ୦ରୁ ୧ ଓ ଅନ୍ୟାନ୍ୟ ୦ରୁ ୩ ଟି ଆସନ ପାଇପାରନ୍ତି ବୋଲି ଆକଳନ କରିଛି | ସେହିପରି ଭେଟୋ ପକ୍ଷରୁ ଆକଳନ ମୁତାବକ ବିଜେପି ୩୭, କଂଗ୍ରେସ ୩୧, ଆପ ୧ ଓ ଅନ୍ୟାନ୍ୟ ୧ଟି ଆସନ ପାଇପାରନ୍ତି |

ସୂଚନା ଥାଉ କି ୨୦୧୭ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ସମୁଦାୟ ୭୦ଟି ଆସନରୁ ବିଜେପି ୫୭ଟି, କଂଗ୍ରେସ ୧୧ ଓ ସ୍ୱାଧୀନ ପ୍ରାର୍ଥୀ ୨ଟି ଆସନ ଜିତିଥିଲେ | ତେବେ ଉତ୍ତରାଖଣ୍ଡରେ ସରକାର ଗଠନ କରିବାକୁ ହେଲେ ମ୍ୟାଜିକ ନମ୍ବର ୩୬ ଥିବାବେଳେ ଗତ ଥର ଅପେକ୍ଷା କଂଗ୍ରେସ ଅଧିକ ଆସନ ପାଇବ ବୋଲି ଆକଳନ କରାଯାଇଛି |

ସମ୍ବନ୍ଧିତ ଖବର