ଡେରାଡୁନ: ଉତ୍ତରାଖଣ୍ଡରେ ଗ୍ଲାସିୟର ବିପର୍ଯ୍ୟୟର ୧୦ମ ଦିନରେ ଆଜି ତପୋବନ ଟନେଲ୍ରୁ ଆଉ ୨ ଜଣଙ୍କ ଶବ ଉଦ୍ଧାର ହୋଇଛି। ଆଜି ସୁଦ୍ଧା ୫୮ ଶବ ଉଦ୍ଧାର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୬ ଜଣଙ୍କୁ ଚିହ୍ନଟ କରାଯାଇଛି। ଅଳକନନ୍ଦା ଏବଂ ଧଉଳିଗଂଗା ନଦୀରେ ବନ୍ୟା ଆସିବାରୁ ତପୋବନ ଅଂଚଳରେ ଭୟାନକ କ୍ଷୟକ୍ଷତି ଘଟିଥିବା ବେଳେ ଏବେ ବି ୧୪୮ ଜଣ ନିଖୋଜ ଅଛନ୍ତି।
ଜଳବିଦ୍ୟୁତ ଟନେଲ୍ରେ ବିଶାଳ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଶେଷ ନିଖୋଜଙ୍କୁ ଠାବ କରିବା ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ଉତ୍ତରାଖଣ୍ଡ ଡିଜିପି କହିଛନ୍ତି। ଉଦ୍ଧାର କାର୍ଯ୍ୟରେ ୫୦୦ରୁ ଅଧିକ ଆଇଟିବିପି ଯବାନ, ଏନ୍ଡିଆର୍ଏଫ୍ ଏବଂ ଏସ୍ଡିଆର୍ଏଫ୍ ଟିମ୍ ନିୟୋଜିତ ଅଛନ୍ତି। ଅନେକ ନିଖୋଜଙ୍କ ପରିବାର ସଦସ୍ୟ ଟନେଲ୍ ପ୍ରବେଶ ପଥରେ ଖବର ଜାଣିବାକୁ ବ୍ୟାକୁଳତାର ସହ ଅପେକ୍ଷା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/f54k65d4d56g4d65g4kd65k4d65k.jpg)