ନୈନିତାଲ:ଉତ୍ତରାଖଣ୍ଡ ଉଚ୍ଚ ନ୍ୟାୟାଳୟ ଯୋଗ ଗୁରୁ ରାମଦେବଙ୍କୁ ତାଙ୍କ ଦ୍ୱାରା ପରିଚାଳିତ ପତଞ୍ଜଳି କଂପାନିର ଲାଭାଂଶ ସ୍ଥାନୀୟ କୃଷକ ଓ ଲୋକଙ୍କୁ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୁଧାଂଶୁ ଧୂଲିଆଙ୍କ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରି କଂପାନିକୁ ନିଜର ଲାଭରୁ ମାତ୍ର ଦୁଇ କୋଟି ଟଙ୍କା କଞ୍ଚାମାଲ ଉତ୍ପାଦନ କରୁଥିବା କୃଷକମାନଙ୍କୁ ଦେବା ପାଇଁ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ କି କଂପାନି ୪୨୧ କୋଟି ଟଙ୍କା ଲାଭ କରିଛି।
/sambad/media/post_attachments/wp-content/uploads/2018/12/court-order-1.jpg)
ଉଚ୍ଚ ନ୍ୟାୟାଳୟ ଉତ୍ତରାଖଣ୍ଡ ଜୈବ ବିବିଧତା ବୋର୍ଡ (ୟୁବିବି) ବିରୋଧରେ ଦିବ୍ୟା ଫାର୍ମାସିର ଏକ ଆବେଦନକୁ ଖାରଜ କରିଛନ୍ତି। ନ୍ୟାୟାଳୟ ପକ୍ଷରୁ କୁହାଯାଇଛି ଯେ ୨୦୦୨ ନ୍ୟାୟିକ ବିବିଧତା ଅଧିନିୟମ ଅନୁଯାୟୀ କିଛି ଲାଭାଂଶ ରାଶି କୃଷକ ଓ ଅନ୍ୟ ଲୋକଙ୍କୁ ଦିଆଯିବା ଆବଶ୍ୟକ। ନ୍ୟାୟାଳୟ ଆହୁରି ମଧ୍ୟ କହିଛନ୍ତି ଯେ ୟୁବିବି ପାଖରେ ଅର୍ଥ ଦାବି କରୁଥିବା ଆଦେଶର ଅଧିକାର ରହିଛି। କାରଣ ଜୈବ ସଂସାଧନ କେବଳ ଏକ ରାଷ୍ଟ୍ରୀୟ ସଂପତ୍ତି ନୁହେଁ,ବରଂ ଏହା ଏକ ଗୋଷ୍ଠୀର ବି ଯେଉଁମାନେ ଏହାର ଉତ୍ପାଦନ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/Ramdev-Baba_Thumbnail.jpg)