ନୂଆଦିଲ୍ଲୀ: କୋଲକାତାରେ ଜଣେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯିବ‌ା ମାମଲାର ତଦନ୍ତ ଜାରି ରହିଛି। ଏହି ଘଟଣା ଥମି ନଥିବା ବେଳେ  ଉତ୍ତରାଖଣ୍ଡର ଉଧମ ସିଂ ନଗର ଜିଲ୍ଲାରୁ ଏମିତି ଏକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଜଣେ ନର୍ସଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି।

Advertisment

ଏହି ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତର ନାମ ଧର୍ମେନ୍ଦ୍ର କୁମାର ସେ ବରେଲିର ବାସିନ୍ଦା ଥିବା ବେଳେ ଶ୍ରମିକ ଭାବେ କାମ କରେ।

ଦୁଷ୍କର୍ମର ଶିକାର ହୋଇଥିବା ନର୍ସ ନୈନିତାଲର ଏକ ଘରୋଇ ହସ୍ପିଟାଲରେ କାମ କରୁଥିଲେ। ସେ ଗତ ଜୁଲାଇ ୩୦ ତାରିଖରେ  ଘରକୁ ଯାଉଥିବା ସମୟରେ ଶ୍ରମିକ ଭାବେ କାମ କରୁଥିବା ଧର୍ମେନ୍ଦ୍ର କୁମାର ତାଙ୍କୁ ପ୍ରଥମେ ଜୋରଜବରଦସ୍ତି ଏକ ବୁଦା ଭିତରକୁ ଟାଣି ନେଇଥିଲା। ସେଠାରେ ନର୍ସଙ୍କୁ ଦୁଷ୍କର୍ମ ଓ ହତ୍ୟା କରିବା ପରେ ଧର୍ମେନ୍ଦ୍ର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ପୁଲିସ ଦୁଷ୍କର୍ମକାରୀର ଫୋନ ଟ୍ରାକ କରି ରାଜସ୍ଥାନରୁ ଗିରଫ କରିଥିଲା।

ସୂଚନାଯୋଗ୍ୟ, ପୀଡ଼ିତାଙ୍କ ଭଉଣୀ ଜୁଲାଇ ୩୦ ତାରିଖରେ ଭଉଣୀ ଘରକୁ ନଫେରିଥିବାରୁ ଜୁଲାଇ ୩୧ ତାରିଖ‌ରେ ସେ  ସ୍ଥାନୀୟ ପୁଲିସ ନିକଟରେ ଏକ ନିଖୋଜ ଅଭିଯୋଗ କରିଥିଲେ। ଘଟଣା ଘଟିବାର ୯ଦିନ ପରେ ଅର୍ଥାତ ଅଗଷ୍ଟ୮ ତାରିଖ‌ରେ ପୁଲିସ ନର୍ସଙ୍କ ମୃତଦେହ ପାଇଥିଲା।

ଏସଏସପି ମଞ୍ଜୁନାଥ ଟିସିଙ୍କ ଅନୁଯାୟୀ ଧର୍ମେନ୍ଦ୍ର ନିଶା ସେବନ କରେ।  ଘଟଣା ଦିନ ବି ସେ ନିଶା ସେବନ କରି ଯେଉଁ ରାସ୍ତାରେ ଯାଉଥିଲା ନର୍ସ ବି ସେହି ରାସ୍ତା ଦେଇ ଘରକୁ ଫେରୁଥିଲେ। ତେବେ ଧର୍ମେନ୍ଦ୍ର ନର୍ସଙ୍କୁ ଏକୁଟିଆ ପାଇ ନିଛାଟିଆ ସ୍ଥାନକୁ ଟାଣି ଦେଇ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲା। ଏହାପରେ ନର୍ସ ପିନ୍ଧିଥିବା ଅଳଙ୍କାର ଓ ତାଙ୍କ ପାଖରେ ଥିବା କିଛି ନଗଦ ଟଙ୍କା ନେଇ ଧର୍ମେନ୍ଦ୍ର ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।