ମତଦାନ ଅଧିକାର ସାବ୍ୟସ୍ତ କରିଲେ ୧୦୫ ବର୍ଷୀୟା ତାରା ଦେବୀ ଏବଂ ୧୦୩ ବର୍ଷୀୟା କସ୍ତୁରୀ ଦେବୀ

ଉତ୍ତରାଖଣ୍ଡରେ ପଞ୍ଚାୟତ ନିର୍ବାଚନ ଆରମ୍ଭ

ଉତ୍ତରକାଶୀ :ଉତ୍ତରାଖଣ୍ଡରେ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଯାଇଛି ।ଏଥିରେ ଭୋଟରଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ରନାଡି ବୁଥରେ ୧୦୫ ବର୍ଷୀୟା ତାରା ଦେବୀ ଏବଂ ୧୦୩ ବର୍ଷୀୟା କସ୍ତୁରୀ ଦେବୀ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି।

ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ଆଜି ୩୦ଟି ବ୍ଲକରେ ମତଦାନ ଗ୍ରହଣ କରାଯାଉଛି । ପାଖାପାଖି ୧୫ ଲକ୍ଷ ମତଦାତା ପ୍ରାର୍ଥୀମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ବୋଲି ଜଣାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୨୧ ଜିଲ୍ଲା ପରିଷଦ, ୧୦୨୨ପଂଚାୟତ ସମିତ, ୨ ହଜାର ୪୬୪ ସରପଞ୍ଚ ଓ ୧୮ ହଜାର ୪୦୬ ୱାର୍ଡ ମେମ୍ବରଙ୍କୁ ମତଦାତା ଭୋଟ ଦେବେ ।
ଏଥିପାଇଁ ରାଜ୍ୟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମତଦାନ କେନ୍ଦ୍ରଗୁଡ଼ିକରେ ପୁଲିସକୁ ମୁତୟନ କରାଯାଇଛି । ସେହିପରି ପୁଲିସ ଟିମ ଶାନ୍ତି ଶୃଙ୍ଖଳା ସହ ମତଦାନ ଶେଷ କରିବାକୁ ପରିସ୍ଥିତି ଉପରେ ନଜର ରଖିଛନ୍ତି ।

Uttarakhand Panchayat Election 2019 indo nepal Border Will close before 48 Hours
image source-amarujala

ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତ-ନେପାଳ ସୀମାକୁ ଆଗରୁ ସିଲ କରି ଦିଆଯାଇଥିବା ଜଣାଯାଇଛି । ମୁନାକୋଟ ବ୍ଲକର ଝୁଲାଘାଟ ଅନ୍ତର୍ଜାତୀୟ ପୋଲକୁ ଗୁରୁବାର ସନ୍ଧ୍ୟା ୫ଟାରେ ବନ୍ଦ କରି ଦିଆଯାଇଛି । ଏହି ପୋଲ ଆଜି ସନ୍ଧ୍ୟାରେ ପ୍ରଥମ ପର୍ଯ୍ୟାୟର ମତଦାନ ଶେଷ ହେବା ପରେ ପୁଣି ଖୋଲାଯିବାର ସୂଚନା ମିଳିଛି ।

ସମ୍ବନ୍ଧିତ ଖବର