ଉତ୍ତରାଖଣ୍ଡ : ଝୁଲା ବିଧାନସଭା ଆଶଙ୍କା ମଧ୍ୟରେ ବିଜେପି, କଂଗ୍ରେସ ଶିବିରରେ ମନ୍ତ୍ରଣା ଜାରି

ନୂଆଦିଲ୍ଲୀ : ଏକଜିଟ ପୋଲ ରିପୋର୍ଟ ଆସିବା ପରେ ରାଜନୈତିକ ଦଳମାନେ ମିଶ୍ରିତ ପ୍ରତିକ୍ରିୟା ଦେଉଛନ୍ତି । ରିପୋର୍ଟରେ ଯେଉଁ ଦଳର ବିଜୟ ସମ୍ଭାବନା ରହିଥିବା କୁହାଯାଉଛି, ସେହି ଦଳ ପକ୍ଷରୁ ଏକଜିଟ୍ ପୋଲକୁ ବିଶ୍ବାସ କରାଯାଉଛି । କିନ୍ତୁ ଯେଉଁମାନେ ହାରିବେ ବୋଲି କୁହାଯାଉଛି,ସେମାନେ ଏହା ଉପରେ ବିଶ୍ବାସ ନାହିଁ ବୋଲି କହୁଛନ୍ତି । ଉପରକୁ ବିଶ୍ବାସ ନାହିଁ କହୁଥିଲେ ବି ଭିତରେ ବିଭିନ୍ନ ଦଳମାନେ ଜରୁରୀ ବୈଠକ ଜାରି ରଖିଛନ୍ତି ।

ଉତ୍ତରାଖଣ୍ଡରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିବ ନାହିଁ ବୋଲି ଅଧିକାଂଶ ଏକଜିଟ ପୋଲ କହିଥିବାରୁ ଉଭୟ ବିଜେପି ଓ କଂଗ୍ରେସ ଗୋପନରେ ନିଜ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି । ଏହା ସହିତ ନିଜ ନିଜର ପ୍ରାର୍ଥୀମାନଙ୍କୁ ଏକାଠି କରିବା ଆରମ୍ଭ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି ଯେ ରାଜ୍ୟରେ ବିଜେପି ଜିତିବ । ରାଜ୍ୟରେ ସରକାରଙ୍କ ପକ୍ଷରୁ କରାଯାଇଥିବା ବିକାଶମୂଳକ କାମ ଯୋଗୁଁ ଲୋକମାନେ ପୁଣି ଭରସା କରିଛନ୍ତି ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ନେତା ତଥା ମୁଖ୍ୟମନ୍ତ୍ରୀ ଆଶାୟୀ ହରିଶ ରାଓ୍ବତ କଂଗ୍ରେସ ଜିତିବ ବୋଲି ଦାବି କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଅଧିକାଂଶ ଏକଜିଟ ପୋଲ ରିପୋର୍ଟରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ପ୍ରତିଦ୍ବନ୍ଦିତା ହେଉଥିବା ଦର୍ଶାଯାଇଛି ।

 

ସମ୍ବନ୍ଧିତ ଖବର