ଉତ୍ତରାଖଣ୍ଡରେ କୋଠା ଭୁଶୁଡ଼ି ପଡ଼ି ୨ ଜଣଙ୍କର ମୃତ୍ୟୁ

ପିଥୋରାଗଡ଼: ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲ୍ଲାର ନଛାନି ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଗତକାଲି ବିଳମ୍ବିତ ରାତିରେ ୩ଟି କୋଠା ଭୁଶୁଡ଼ି ପଡ଼ିବା ହେତୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଏଥିରେ କିଛି ଲୋକ ଆହତ ମଧ୍ୟ ହୋଇଥିବାର ସୂଚନା ମିଳିଛି। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
କୋଠା ଭୁଶୁଡ଼ିବା ସଂପର୍କିତ ସୂଚନା ମିଳିବା ପରେ ଏସଡିଆରଏଫ ଟିମ ଘଟଣାସ୍ଥଳକୁ ପହଞ୍ଚିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏଥିପାଇଁ ନଛାନି ଅଞ୍ଚଳରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଥିବାର ଖବର ମିଳିଛି।

ସମ୍ବନ୍ଧିତ ଖବର