ଉତ୍ତରାଖଣ୍ଡ: ବିଜେପିକୁ କଂଗ୍ରେସ ଓ ଆପ୍‌ର କଡ଼ା ଚ୍ୟାଲେଂଜ

ଡେରାଡୁନ୍‌ : ଉତ୍ତରାଖଣ୍ଡରେ ୭୦ ଆସନ ପାଇଁ ଫେବ୍ରୁଆରି ୧୪ ତାରିଖରେ ଭୋଟ୍‌ ଗ୍ରହଣ ହେବ। ୨୦୧୭‌ ଉତ୍ତରାଖଣ୍ଡରେ ବିଧାନସଭା‌ ନିର୍ବାଚନରେ ବିଜେପି ୫୭ ଆସନରେ ଜିତିଥିଲା ଏବଂ କଂଗ୍ରେସକୁ ୧୧ ଆସନ ମିଳିଥିଲା। ଚଳିତ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ତ୍ରିକୋଣୀୟ ଲଢ଼େଇ ହେବ। ବିଜେପି, କଂଗ୍ରେସ ଏବଂ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ଆମ୍‌ ଆଦ୍‌ମୀ ପାର୍ଟି ମଧ୍ୟରେ ଏହି ତ୍ରିକୋଣୀୟ ଲଢ଼େଇ ହେବ। ଉତ୍ତରାଖଣ୍ଡରେ ବିଜେପି ବିଜୟ ବଜାୟ ରଖିବାପାଇଁ ଦୁଇଥର ମୁଖ୍ୟମନ୍ତ୍ରୀ ବଦଳାଇଛି। କିନ୍ତୁ ଉତ୍ତରାଖଣ୍ଡରେ କୌଣସି ରାଜନୈତିକ ଦଳ ଏଯାବତ ଲଗାତାର ୨ଟି କାର୍ଯ୍ୟକାଳରେ ପଛକୁ ପଛ ନିର୍ବା‌ଚନ ଜିତିନାହାନ୍ତି। ବିଜେପି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ନେତୃତ୍ବରେ ନିର୍ବାଚନ ଲଢ଼ୁଛି। ଆପ୍‌ ଚଳିତଥର ପ୍ରଥମ ଥର ପାଇଁ ଉତ୍ତରାଖଣ୍ଡରେ ଡେବ୍ୟୁ କରିଛି। କର୍ନେଲ୍‌ ଅଜୟ ‌କୋଥିୟାଲ୍‌ଙ୍କୁ ଆପ୍‌ ଏହାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛି। ତେଣୁ ଉତ୍ତରାଖଣ୍ଡରେ ବିଜେପିକୁ ଉଭୟ କଂଗ୍ରେସ ଏବଂ ଆପ୍‌ ଦଳ ପକ୍ଷରୁ କଡ଼‌େ ଚ୍ୟାଲେଂଜ ସାମ୍ନା କରିବାକୁ ପଡ଼ିଛି। କଂଗ୍ରେସ ହରିଶ ରାୱତଙ୍କ ନେତୃତ୍ବରେ ନିର୍ବାଚନ ଲଢ଼ିବ।

ସମ୍ବନ୍ଧିତ ଖବର