ଡେରାଡୁନ: ବିଜୁଳି ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ମେ ମାସରେ ଶସ୍ତାରେ ମିଳିବ ବିଜୁଳି । ଖରାଦିନରେ ଯେତେ ବିଜୁଳି ବ୍ୟବାହର କଲେ ବି ବିଲ୍ ପୂର୍ବ ମାସ ଅପେକ୍ଷା ଟିକେ ଶସ୍ତା ହେବ । କାରଣ ମେ ମାସ ପାଇଁ ବିଜୁଳି ଦରରେ ରିହାତି ଆଣିଛନ୍ତି ସରକାର । ଯାହା ଉତ୍ତରାଖଣ୍ଡ ଉପଭୋକ୍ତାଙ୍କୁ ଖୁସି କରି ଦେଇଛି ।
ତେବେ ଧାମୀ ସରକାର ଧମାକା କରିଥିବା ବେଳେ ଏ ମାସ ଶସ୍ତାରେ ବିଜୁଳି ଦେବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ତେବେ ୨୦୨୪-୨୫ ବର୍ଷ ପାଇଁ ବିଦ୍ୟୁତ କ୍ରୟ ମୂଲ୍ୟ ତୁଳନାରେ ମାର୍ଚ୍ଚ ୨୦୨୫ରେ ବିଦ୍ୟୁତ କ୍ରୟ ମୂଲ୍ୟରେ ଯଥେଷ୍ଟ ସଞ୍ଚୟ ହୋଇଛି । ଏହି ସଞ୍ଚୟ ପରିମାଣକୁ ୟୁପିସିଏଲ ଦ୍ୱାରା ମେ’ ମାସରେ ବ୍ୟବହାର ହୋଇଥିବା ବିଦ୍ୟୁତ୍ ବିଲ୍ ରେ ରିହାତି ଦିଆଯିବ। ଆଉ ବିଜୁଳି ଉପଭୋକ୍ତାଙ୍କ ପାଇଁ ଶସ୍ତା ହେବ ।
ତେବେ ମୋଟ ୧୦୧ କୋଟି ଟଙ୍କାର ବିଜୁଳି ରିହାତି ଦେବାକୁ ନିର୍ଦ୍ଦେଶ ହୋଇଥିବା ବେଳେ ପୂର୍ବରୁ ବି ୨୦୨୪ ଏବଂ ୨୦୨୫ରେ ଉତ୍ତରାଖଣ୍ଡରେ ଉପଭୋକ୍ତାଙ୍କୁ ବିଭିନ୍ନ ମାସରେ ବିଜୁଳି ବିଲରେ ରିହାତି ଦିଆଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/05/05/qn5heOkwhhdQcYcbLp1L.jpg)