ଶପଥ ନେଲେ ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି

ଡେରାଡୁନ : ବିଜେପି ବିଧାୟକ ପୁଷ୍କର ସିଂ ଧାମି ରବିବାର ଉତ୍ତରାଖଣ୍ଡର ୧୧ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଡେରାଡୁନସ୍ଥିତ ରାଜଭବନଠାରେ ଅନୁଷ୍ଠିତ ଏକ ସମାରୋହରେ ରାଜ୍ୟପାଳ ବେବି ରାଣୀ ମୌର୍ୟ୍ୟ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ । ଗତ ୪ ମାସରେ ସେ ହେଉଛନ୍ତି ରାଜ୍ୟର ୩ୟ ମୁଖ୍ୟମନ୍ତ୍ରୀ ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଶପଥ ଗ୍ରହଣ ସମାରୋହରେ ଉତ୍ତରାଖଣ୍ଡର ବିଦ୍ରୋହୀ ବିଜେପି ମନ୍ତ୍ରୀ ସତପାଲ ମହାରାଜ, ହରକ ସିଂ ରାଓ୍ବତ, ବଂଶୀଧର ଭଗତ ଏବଂ ଅନ୍ୟ ମନ୍ତ୍ରୀ ଓ ବିଧାୟକମାନେ ଉପସ୍ଥିତ ଥିଲେ । ଏହା ଫଳରେ ନୂଆ ସରକାର ବିରୋଧରେ ସେମାନଙ୍କ ବିଦ୍ରୋହ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି ।

ନୂଆ ରାଜ୍ୟ କ୍ୟାବିନେଟରେ ସତପାଲ ମହାରାଜ, ହରକ ସିଂ ରାଓ୍ବତ, ବଂଶୀଧର ଭଗତ, ୟସପାଲ ଆର୍ୟ୍ୟ, ବିଶନ ସିଂ ଚୌପାଲ, ସୁବୋଧ ଉନିଆଲ, ଅରବିନ୍ଦ ପାଣ୍ଡେ, ଧବନ ସିଂ ରାଓ୍ବତ, ରେଖା ଆର୍ୟ୍ୟ ଓ ୟତିସ୍ବରାନନ୍ଦ ମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି ।

ସମ୍ବନ୍ଧିତ ଖବର