ଡେରାଡୁନ: ଉତ୍ତରାଖଣ୍ଡରେ ହାହାକାର । ପ୍ରକୃତିର ତାଣ୍ଡବ ପରେ ସବୁଠି ସଙ୍ଗୀନ୍ ପରିସ୍ଥିତି । ମୌସୁମୀର ବର୍ଷା ଫଳରେ ବେହାର ହୋଇଛି ଉତ୍ତରାଖଣ୍ଡ । ଗତକାଲି ବାଦଲ ଫଟା ବର୍ଷା କାରଣରୁ ଉତ୍ତରାଖଣ୍ଡରେ ୯ ଶ୍ରମିକ ନିଖୋଜ ଥିବା ବେଳେ ଆଜି ପାଇଁ ୯ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ରାଜ୍ୟରେ ଆଜି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ଜିଲ୍ଲାକୁ ସତର୍କ କରାଯାଇଛି । ଡେରାଡୁନ, ନୈନିତାଲ, ପୌଡି, ଉତ୍ତରକାଶୀ, ଚମ୍ପାବନ ଆଦି ୯ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି ।
Uttarakhand's Sailai Band Landslide Update | Rescue work is going on at war footing at the site of heavy rain (landslide) near Silai Band, about 4 km ahead of Yamunotri National Highway Paligad. Disaster relief teams like Police, Fire, SDRF, NDRF, Revenue, NH Badkot, Health… pic.twitter.com/4msa03s6C4
— ANI (@ANI) June 29, 2025
ସେହିପରି ବର୍ଷା ପରେ ବନ୍ୟା ଜନିତି ଆଶଙ୍କା ଥିବାରୁ ରାଜ୍ୟରେ ଆଜି ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଷ୍ପତ୍ତି ନିଆଯାଇଛି । ସରକାରୀ ଏବଂ ଘରୋଇ ସ୍କୁଲ ସମେତ ଅଙ୍ଗନବାଡି ମଧ୍ୟ ବନ୍ଦ ରହିବ । ସେପଟେ ବର୍ଷା ଆଶଙ୍କା ଥିବାରୁ ଚାରିଧାମ ଯାତ୍ରାକୁ ମଧ୍ଯ ବନ୍ଦ କରାଯାଇଛି ।
Dehradun, Uttarakhand | The Indian Meteorological Department, Dehradun, has issued a red alert for rain in various areas of the state today. In view of disaster mitigation, a one-day holiday is declared today in all educational institutions and Anganwadi centres running from…
— ANI UP/Uttarakhand (@ANINewsUP) June 29, 2025
ସେପଟେ ଯମୁନୋତ୍ରୀ ଜାତୀୟ ରାଜପଥର ସିଲାଇ ଅଞ୍ଚଳରେ ଏକ ନିର୍ମାଣାଧୀନ ହୋଟେଲ ନିକଟରେ ୨୯ ଜଣ ଶ୍ରମିକ ରହୁଥିବା ବେଳେ ସେମାନଙ୍କ କ୍ୟାମ୍ପକୁ ବାଦଲଫଟା ବର୍ଷା ଧୋଇ ନେଇଥିଲା । ୨୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୯ ଜଣ ନିଖୋଜ ଥିଲେ । ସେହି ୯ ଜଣଙ୍କ ମଧ୍ଯରୁ ୨ ଜଣଙ୍କ ମୃତଦେହ ମିଳିଥିବା ବେଳେ ଅନ୍ୟ ୭ ଜଣ ଏବେବି ନିଖୋଜ ଅଛନ୍ତି । ଆଉ ସେମାନଙ୍କୁ ଖୋଜାଖୋଜି ଜାରି ରହିଛି ବୋଲି ଏସଡିଆରଏଫ ପକ୍ଷରୁ ସୂଚନା ଦିଆଯାଇଛି ।