ଡେରାଡୁନ: ଚାରିଆଡେ ଧ୍ବଂସର ତାଣ୍ଡବଲୀଳା । ସବୁଠି ହାହାକାର, ତ୍ରାହି ତ୍ରାହିର ଚିତ୍କାର । କାଲି ଯେଉଁଠି ଜୀବନକୁ ନେଇ ମଣିଷ ଏକ ଭିନ୍ନ ଦୁନିଆରେ ବସବାସ କରୁଥିଲା, ଆଜି ସେଠି ମୃତ୍ୟୁର ତାଣ୍ଡବଲୀଳା । ମୃତ୍ୟୁ ମାଡିଯିବା ପରେ ପୋତି ଯାଇଛି ଅନେକ ଜୀବନ । ଯାହାକୁ ଖୋଜିବାରେ ବ୍ୟସ୍ତ ଆମ ବୀର ଯବାନ ।
ଉତ୍ତରାଖଣ୍ଡ ଉତ୍ତରକାଶୀର ଧରାଲିରେ ପ୍ରକୃତି ଧ୍ବଂସଲୀଳା ରଚିବା ପରେ ଏବେ ସ୍ଥାନୀୟ ଅଞ୍ଚଳରେ ଜୋରଦାର ଚାଲିଛି ଉଦ୍ଧାର କାମ । ଧରାଲିରେ ୨୨୫ ଜଣ ଭାରତୀୟ ଯବାନ ନିୟୋଜିତ ଥିବା ବେଳେ ଉଦ୍ଧାର କାମ ପାଇଁ ଆହୁରି ଅଧିକରୁ ଅଧିକ ଟିମର ଆବଶ୍ୟକତା ପଡୁଛି । ତେଣୁ ଉଭୟ ସ୍ଥଳ ସେନା ଓ ବାୟୁସେନା ଧରାଲିରେ ଉଦ୍ଧାର ଉଦ୍ୟମକୁ ଜୋରଦାର କରିଛି ।
#WATCH | Uttarkashi cloudburst | Uttarakhand | Drone visuals of broken and blocked roads from the affected area in Bhatwari, en route to Dharali. pic.twitter.com/Ub5qLBD2Vg
— ANI (@ANI) August 7, 2025
ସାଟେଲାଇଟ୍ ଫୋନ ଏବଂ ବିଭିନ୍ନ ଉପକରଣ ଜରିଆରେ ଉଦ୍ଧାର କାମ ଜାରି ରହିଛି । ପଥର ଓ ମାଟି ତଳେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଅପରେସନ ଚଳାଇଛନ୍ତି ଏନଡିଆରଏଫ, ଏସଡିଆରଏଫ, ଆଇଟିବିପି, ବାୟୁସେନା, ସ୍ଥଳସେନାର କର୍ମୀ । ହେଲିକପ୍ଟର ଜରିଆରେ ରେସ୍କ୍ୟୁ ଅପରେସନକୁ ଜୋରଦାର କରାଯାଉଛି । ଅନେକ ସ୍ଥାନରେ ରାସ୍ତା ବାରମ୍ବାର ଧସୁଥିବାର ଖବର ଆସୁଛି । ଯାହା ଫଳରେ ଉଦ୍ଧାରକାମରେ ବାଧାର ସୃଷ୍ଟି ହେଉଛି ।
#WATCH | Uttarkashi cloudburst incident | People trapped near Uttarkashi after the cloudburst and mudslide incident have been rescued and brought to Matli helipad.
— ANI (@ANI) August 7, 2025
Army, NDRF, ITBP, SDRF, Uttarakhand Police and local administration are carrying out a massive rescue operation in… pic.twitter.com/SwjOdC8Vdr
ସେପଟେ ବ୍ରିଜ ଭୁଶୁଡି ପଡିଥିବାରୁ ହେଲିକପ୍ଟର ଜରିଆରେ ରେସ୍କ୍ୟୁ ଅପରେସନ ଜାରି ରହିଛି । ପୋଲ ନିର୍ମାଣ କରିବାକୁ ୩ରୁ ୪ ଦିନ ଲାଗିଯିବ । ମାଟି ଧସି ଯାଇଥିବାରୁ, ପାହାଡ ଧସି ଆସିଥିବାରୁ ଏବଂ ରାସ୍ତା ଅନେକ ସ୍ଥାନରେ ଧୋଇ ଯାଇଥିବାରୁ ଉଦ୍ଧାରକାରୀ ଦଳ ପାଇଁ ଅନେକ ସମସ୍ୟା ହେଉଛି । ପାହାଡରୁ ବୋହି ଆସିଥିବା ଆବର୍ଜନା ଭିତରେ ଫସିଥିବା ଲୋକଙ୍କ ଉଦ୍ଧାର କରିବା ବଡ଼ ଚାଲେଞ୍ଜ ହୋଇଥିବା ବେଳେ ଏବେ ଅନେକ ନିଖୋଜ ଅଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଧାମୀ ଉଦ୍ଧାରକାରୀ ଦଳର ସଦସ୍ୟଙ୍କ ସହ ଅପରେସନ ଜିନ୍ଦେଗୀ ନେଇ ଆଲୋଚନା କରିଛନ୍ତି । ଉଦ୍ଧାର ଅଭିଯାନ ପୂର୍ବରୁ ମୁଖ୍ୟମନ୍ତ୍ରୀ କଥା ହୋଇଛନ୍ତି ।
Uttarkashi cloudburst incident | Uttarakhand CM Pushkar Singh Dhami interacted with the rescue team from Uttarkashi before they left to start rescue operations in the disaster-affected areas. pic.twitter.com/q0nyN2jSLc
— ANI (@ANI) August 7, 2025