ଡେରାଡୁନ: ଆଜି ସେହି ଅଶୁଭ ମଙ୍ଗଳବାର । ଆଜିକୁ ଠିକ୍ ୭ ଦିନ ତଳେ ଧରାଲିକୁ ମାଡି ଆସିଥିଲା ମହାପ୍ରଳୟ । ସେଦିନ କିଏ ଖାଇବସିଥିଲା ତ କିଏ କାମ କରୁଥିଲା ପୁଣି କିଏ ନିଜ ନିଜ କାମରେ ବ୍ୟସ୍ତ ରହିଥିଲା । ହେଲେ ହଠାତ୍ ପାହାଡରୁ ମାଡି ଆସିଥିଲା ପ୍ରଳୟ । ଧରାଲିକୁ ଧୋଇନେଇଥିଲା । ପ୍ରକୃତି ତାଣ୍ଡବ କେତେ ଭୟଙ୍କର ହୋଇପାରେ ତାହା ଦେଖିଥିଲା ପୂରା ଦୁନିଆ । 

Advertisment

ସେଦିନ ଥିଲା ମଙ୍ଗଳବାର । ତାରିଖ ଅଗଷ୍ଟ ୫ । ସମୟ- ଦିନ ୧ଟା ୪୫ ମିନିଟ୍ । ହଠାତ୍ ବାଦଲ ଫାଟିବା ପରେ ଧରାଲିରେ ଆରମ୍ଭ ହୋଇଥିଲା ପ୍ରକୃତିର ଧ୍ବଂସଲୀଳା । ଚାହୁଁଚାହୁଁ ପାହାଡ ଉପରୁ ମାଡି ଆସିଥିଲା କାଦୁଅ ପାଣି । ପଥର ଓ କାଦୁଅ ମିଶା ପାହାଡି ପାଣିର ବେଗ ଏତେ ଜୋରରେ ଖିଲା ଯେ ନିମିଷକରେ ପୂରା ଗାଁ ପ୍ରଳୟର ଆଁରେ ପଶିଯାଇଥିଲା । ଭାସିଯାଇଥିଲା ଘରଦ୍ବାର, ଭାସିଗଲା ଧରାଲି ବଜାର, ଭୁସଭାସ୍ ଭାଙ୍ଗି ଭାସିଗଲା ବଡ଼ ବଡ଼ ହୋଟେଲ । କାଦୁଅ ପାଣିରେ ଭାସିଗଲା କାର୍, ଭାସିଗଲେ ମଣିଷ । ବଡ ବଡ ବିଲ୍ଡି, ଘର, ହୋଟେଲ, ମନ୍ଦିର ଭିତରେ ଥିବା କ୍ତ ପାଣି ମାଡିଯିବାରୁ ତା ଭିତରେ ରହିଗଲେ ।

ଆଜିକୁ ୭ ଦିନ ହେଇଗଲାଣି ହେଲେ ଏଯାଏଁ ଧରାଲି ଓ ହର୍ଷିଲ ଦୁନିଆ ଠାରୁ ଅଲଗା । ପୂରା ବିଚ୍ଛିନ୍ନ ହୋଇ ରହିଛି ଏ ଜାଗା । ଯୋଗାଯୋଗର ମାଧ୍ୟମ ଠିକ୍ ହୋଇ ପାରିନି । ମୋବାଇଲ୍ ସେବା ଏକଦମ୍ ଠପ୍ ।  ହେଲିକପ୍ଟର ଜରିଆରେ ଉଦ୍ଧାରକାର୍ଯ୍ଯ ଚାଲିଥିବା ବେଳେ ରାସ୍ତା ସବୁ ଧୋଇଯାଇଛି, ପୋଲ କୁଆଡେ ଭାସି ପଳେଇଛି ତାର ପତ୍ତା ମିଳୁନି । ରାସ୍ତାର ପୁନରୁଦ୍ଧାର କାମ ଚାଲିଥିବା ବେଳେ ଇତିମଧ୍ୟରେ ଆସିଛି ନିଖୋଜର ରିପୋର୍ଟ ।

ସରକାରଙ୍କ ପକ୍ଷରୁ ଦିଆଯାଇଥିବା ରିପୋର୍ଟ ଅନୁସାରେ ୪୩ ଜଣ ନିଖୋଜ ଅଛନ୍ତି । ନିଖୋଜଙ୍କ ମଧ୍ୟରେ ୯ ଜଣ ଯବାନ, ୮ ଜଣ ଧରାଲି ବାସିନ୍ଦା, ୫ ଜଣ ପାଖ ଗାଁ ଲୋକ ଏବଂ ଅନ୍ୟମାନେ ବିହାର, ୟୁପି, ନେପାଳର ବୋଲି ଜଣାପଡ଼ିଛି । ୨୯ ଜଣ ନେପାଳି ଶ୍ରମିକ ନିଖୋଜ ଅଛନ୍ତି । ୨ଟି ମୃତଦେହ ଆବର୍ଜନା ତଳୁ ଉଦ୍ଧାର କରାଯାଇଛି । ଧରାଲିରେ ଜୋରଦାର ଚାଲିଛି ଉଦ୍ଧାର ଉଦ୍ୟମ ।  ତେବେ ପ୍ରଳୟରେ ୩୦୦ରୁ ଅଧିକ ଘର ଭାଙ୍ଗିଛି । ୧୨ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ସୋମବାର ଠାରୁ ପାଗ ଖରାପ ଥିବାରୁ ହେଲିକପ୍ଟରରେ ଉଦ୍ଧାରକାମ ବାଧାପ୍ରାପ୍ତ ହୋଇଛି । କିଛି ଦିଶୁ ନଥିବାରୁ ଉଦ୍ଧାର ଉଦ୍ୟମରେ ବ୍ରେକ୍ ଲାଗିଛି