ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ଟନେଲ ଦୁର୍ଘଟଣାରେ ଫସି ରହିଥିବା ୪୧ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଚାଲିଥିବା ଖନନ କାର୍ଯ୍ୟ ଶେଷ ହୋଇଛି। ଶ୍ରମିକମାନେ ଗତ ୧୭ଦିନ ଧରି ଏଠାରେ ଫସି ରହିଥିଲେ। ଏଭଳି ପରିସ୍ଥିତିରେ ସେମାନଙ୍କୁ ବାହାରକୁ ଆଣିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଥିଲା। ୧୭ଦିନ ଉଦ୍ଧାର କାର୍ଯ୍ୟ ଚାଲିବା ସହ ବିଭିନ୍ନ ପ୍ରକାରର ମସିନର ବ୍ୟବହାର ପରେ ଆଜି ଟନେଲ୍ ଭିତରକୁ ଯିବାର ରାସ୍ତା ସଫା ହୋଇଛି। ଏବେ କିଛି ସମୟ ମଧ୍ୟରେ ଶ୍ରମିକମାନଙ୍କୁ ବାହାରକୁ ଆଣିବା ପ୍ରକ୍ରିୟା ଆରମ୍ଭ ହେବ।
#WATCH उत्तराखंड: उत्तरकाशी सुरंग हादसे में बचाव अभियान अभी भी जारी है जहां 41 श्रमिक फंसे हुए हैं। ड्रोन वीडियो घटनास्थल से है।
उत्तराखंड CM ने ट्वीट किया, "...सुरंग के अंदर पाइप डालने का काम पूरा हो गया है। जल्द ही सभी मजदूरों को बाहर निकाल लिया जाएगा।" pic.twitter.com/fs8bOgF1HJ
— ANI_HindiNews (@AHindinews) November 28, 2023
ଜାତୀୟ ଗଣମାଧ୍ୟମ ମୁତାବକ, ଶ୍ରମିକମାନଙ୍କୁ ଟନେଲରୁ ବାହାର କରିବା ପାଇଁ ଏନଡିଆରଏଫ ଏବଂ ଏସଡିଆରଏଫର ଜଣେ ଜଣେ ଯବାନ ଭିତରକୁ ଯିବେ। ତୁରନ୍ତ ଚିକିତ୍ସା ଯୋଗାଇବା ପାଇଁ ଟନେଲ ବାହାରେ ଆମ୍ବୁଲାନ୍ସ ପହଞ୍ଚିସାରିଛି। ଏହା ସହ ଏମ୍ସରେ ୪୧ଟି ଶଯ୍ୟା ପ୍ରସ୍ତୁତ କରି ରଖାଯାଇଥିବା କୁହାଯାଉଛି।
ତେବେ ଟନେଲ ଭିତରେ ଫସି ରହିଥିବା ୪୦ଜଣ ଶ୍ରମିକଙ୍କ ମଧ୍ୟରୁ ୧୫ଜଣ ଝାଡଖଣ୍ଡର, ୮ଜଣ ଉତ୍ତରପ୍ରଦେଶର, ୩ଜଣ ପଶ୍ଚିମବଙ୍ଗର, ୫ଜଣ ଓଡ଼ିଶାର, ୨ଜଣ ଉତ୍ତରପ୍ରଦେଶ ଓ ହିମାଚଳର ଏବଂ ୪ଜଣ ବିହାରର।