ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ସୁଡ଼ଙ୍ଗ ଭିତରେ ଗତ ୧୫ ଦିନ ଧରି ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ଲାଗି କାମ ଜୋରସୋରରେ ଚାଲିଛି। ଏହାରି ଭିତରେସେନାର ସହାୟତା ନିଆଯାଇଛି। ସୁଡ଼ଙ୍ଗ ଭିତରୁ ସେନାଙ୍କୁ ଉଦ୍ଧାର ପାଇଁ ପ୍ଲାନ ସି ଉପରେ କାମ ହେଉଛି, ଯାହାର ଦାୟିତ୍ବ ସେନାକୁ ଦିଆଯାଇଛି। ଏହି ପ୍ଲାନ ଜରିଆରେ ସେନା ରିପ୍ଟ ଟନେଲ ତିଆରି କରିବ।
ପ୍ରକାଶିତ ରିପୋର୍ଟ ମୁତାବକ, ସେନା ଉପରେ ୧୨୦୦ଏମଏମର ରିପ୍ଟ ଟନେଲ ତିଆରି କରିବାର ଦାୟିତ୍ବ ଦିଆଯାଇଛି। ଏହି ସୁଡ଼ଙ୍ଗଙ୍କୁ ନିର୍ମାଣ କରିବା ପାଇଁ ପାଖାପାଖି ୭ଦିନର ସମୟ ଲାଗିବ। ମହଜୁଦ ଥିବା ଯୋଜନା ଏ ଓ ବି ଅର୍ଥାତ ହରିଜୋଣ୍ଟାଲ ଡ୍ରିଲିଂ ଯଦି କୌଣସି କାରଣରୁ ବିଫଳ ହୁଏ ସେତେବେଳେ ପ୍ଲସ ସିର ବ୍ୟବହାର ହେବ।
ସୁଡ଼ଙ୍ଗ ଭିତରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର ପାଇଁ ୧୫ଦିନ ହେବ ଅନେକ ଚେଷ୍ଟା କରାଗଲାଣି। କିନ୍ତୁ ସବୁ ଯୋଜନା ବିଫଳ ହୋଇଯାଉଛି। ସୁଡ଼ଙ୍ଗ ଖୋଳା ଚାଲିଥିବା ବେଳେ ଯନ୍ତ୍ରପାତିରେ କୌଣସି ନା କୌଣସି ଅସୁବିଧା ପରିଲକ୍ଷିତ ହେଉଛି। ଯେଉଁ କାରଣରୁ କାମକୁ ଅଧାରୁ ଅଟକାଇବାକୁ ପଡ଼ୁଛି।
ପ୍ରତିଥର ଲାଗୁଛି ଆଉ କିଛି ସମୟ ପରେ ଶ୍ରମିକମାନେ ଉଦ୍ଧାର ହୋଇଯିବେ, କିନ୍ତୁ ସେଭଳି କିଛି ହେଉନାହିଁ। ଦେଖିବାକୁ ଗଲେ ପ୍ଲାନ ବି ଅର୍ଥାତ ଭର୍ଟିକାଲ ଡ୍ରିଲିଙ୍ଗର କାମ ଚାଲିଛି। ଏହା ଜରିଆରେ ପାହାଡ ଉପରୁ ଡ୍ରିଲିଂ କରାଯାଉଛନ୍ତି। ଏହି ପ୍ରକ୍ରିୟାରେ ୪ଦିନର ସମୟ ଲାଗିପାରେ ବୋଲି କୁହାଯାଉଛି।