‘ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଚାଲୁଛି ସେକ୍ସ ସ୍କାଣ୍ଡାଲ’: ଯୋଗୀଙ୍କ ମନ୍ତ୍ରୀଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ: ଜେଏନୟୁ ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନକୁ ନେଇ ଯୋଗୀଙ୍କ ମନ୍ତ୍ରୀଙ୍କ ବିବାଦୀୟ ବୟାନ ।  ଯୋଗୀ ଆଦିତ୍ୟନାଥ ସରକାରରେ ମନ୍ତ୍ରୀ ଥିବା ଠାକୁର ରଘୁରାଜ ସିଂ ଜେଏନୟୁ ନେଇ ଏଭଳି ଏକ ବୟାନ ଦେଇଛନ୍ତି ଯାହାକୁ ନେଇ ବିବାଦ ଆରମ୍ଭ ହୋଇଛି । ରଘୁରାଜ କହିଛନ୍ତି, ଦିଲ୍ଲୀ ଜେଏନୟୁରେ ସେକ୍ସ ସ୍କାଣ୍ଡାଲ ଚାଲୁଛି ।  କେବଳ ଏତିକି କହି ଚୁପ୍ ବସିନାହାନ୍ତି ରଘୁରାଜ । ବରଂ ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସର ବଡ ବଡ ନେତା ଜେଏନୟୁ ଆସୁଥିବା କହିଛନ୍ତି ରଘୁରାଜ । ଅଲିଗଡରେ ଅମିତ ଶାହାଙ୍କ ରାଲି ସମୟରେ ଗଣମାଧ୍ୟମ ସାମ୍ନାରେ କିଛି ଏଭଳି ମନ୍ତବ୍ୟ ରଖିଛନ୍ତି ରଘୁରାଜ ।

ଏଭଳି ବିବାଦୀୟ ବୟାନ ଦେବା ରଘୁରାଜଙ୍କ ପାଇଁ ନୂଆ ନୁହେଁ । ଏହାପୂର୍ବରୁ ନଭେମ୍ବରରେ ରଘୁରାଜ କହିଥିଲେ, ଯଦି ଭଗବାନ ମୋତେ ସୁଯୋଗ ଦିଅନ୍ତି ତେବେ ପୂରା ଦେଶରେ ଥିବା ମାଦ୍ରାସାକୁ ବନ୍ଦ କରିଦେବି । ଯାହାକୁ ନେଇ ରଘୁରାଜଙ୍କୁ ଚାରିଆଡୁ ସମାଲୋଚନାର ଶିକାର ହେବାକୁ ପଡିଥିଲା । ଆଉ ନିଜ ଦୋଷ ଲୁଚାଇବାକୁ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ନାଁ ନେଇଥିଲେ ରଘୁରାଜ ।

କେବଳ ଏତିକି ନୁହେଁ ବରଂ ରଘୁରାଜ ଗତ ମାସକ ପୂର୍ବରୁ କହିଥିଲେ, ହିନ୍ଦୁଙ୍କର ଆରାଧ୍ୟ ଦେବତା ହେଉଛନ୍ତି ପ୍ରଭୁ ଶ୍ରୀକୃଷ୍ଣ ।  ହିନ୍ଦୁତ୍ୱର ଏଜେଣ୍ଡାରେ ମଥୁରା ମଧ୍ୟ ରହିଛି । ଯଦି ଏଥିପାଇଁ କାହାର ବଳି ଚଢାଇବାକୁ ପଡେ ତେବେ ମଧ୍ୟ ଏଥିରୁ ପଛକୁ ହଟିବିନି ବୋଲି କହିଥିଲେ ।

ସମ୍ବନ୍ଧିତ ଖବର