ଲକ୍ଷ୍ମୀପୁର-ନାନପାରା ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୪ମୃତ, ୧୧ ଗୁରୁତର
ଲକ୍ଷ୍ନୌ: ବହରାଇଚର ମୋତିପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀପୁର-ନାନପାରା ରାଜପଥରେ ସୋମବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହାଇଥିବାବେଳେ ୧୧ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଆହତମାନଙ୍କୁ ସଙ୍ଗେସଙ୍ଗେ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ପରେ ଅନ୍ୟ ଗୁରୁତରଙ୍କୁ ଲକ୍ଷ୍ନୌ ପଠାଯାଇଥିବାବେଳେ ବାଟରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା। ସମସ୍ତ ମୃତକ ଓ ଗୁରୁତରଙ୍କ ବୟସ ପାଖାପାଖି ୨୨ ଓ ୨୫ ବର୍ଷ ହୋଇଥିବା ଜଣାପଡିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ରବିବାର ରାତିରେ ଲକ୍ଷ୍ମୀପୁର ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ସହ ନାନପାରାରୁ ଆସୁଥିବା ଏକ ପିକ-ଅପ୍ ଭ୍ୟାନ ଧକ୍କା ହୋଇଥିଲା । ଫଳରେ ଭ୍ୟାନ ଭିତରେ ଥିବା ୧୫ ଜଣ ଲୋକଙ୍କ ମଧ୍ୟରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ଅନ୍ୟ ୧୧ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତେ ଲକ୍ଷ୍ମୀପୁରର ପରିବା ବ୍ୟବସାୟୀ ଥିଲେ। ରବିବାର ଏକ ହାଟକୁ ପରିବା ବିକିବା ପାଇଁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା ।