କାଉଡିଆଙ୍କ ସେବାରେ ଏସ୍‌ପି : ଅସୁସ୍ଥ କାଉଡିଆଙ୍କ ପାଦ ଘଷି ଦେଉଥିବାର ଭିଡିଓ ହେଲା ଭାଇରାଲ, ଦେଖନ୍ତୁ ଭିଡିଓ

ଲକ୍ଷ୍ନୌ : ଶ୍ରାବଣ ମାସ ଆରମ୍ଭ ହେବା ସହ ପୂରା ଦେଶରେ କାଉଡିଆ ଯାତ୍ରା ଆରମ୍ଭ ହୋଇଛି। ଦେଶର କୋଣ ଅନୁକୋଣରୁ କାଉଡିଆ ମାନେ ଜଳଲାଗି କରିବା ପାଇଁ ବିଭିନ୍ନ ଶୈବପୀଠରେ ଲମ୍ବା ଲାଇନ୍ ଲଗାଉଛନ୍ତି। ଆଉ ଏଭଳି ସମୟରେ ଉତ୍ତର ପ୍ରଦେଶର ସାମଲି ଜିଲ୍ଲାରୁ ଏମିତି ଏକ ଭିଡ଼ିଓ ଭାଇରାଲ ହୋଇଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମାନବ ସେବା ହିଁ ମାଧବ ସେବା ଏହି ଭିଡ଼ିଓରେ ଏହା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। ଯେଉଁ ଭିଡ଼ିଓରେ ଜଣେ କାଉଡିଆଙ୍କ ପାଦ ଘଷି ଦେଉଛନ୍ତି ପୁଲିସ ଏସପି।

ସାମଲି ପୁଲିସର ଟ୍ୱିଟର ହ୍ୟାଣ୍ଡେଲରୁ ପୋଷ୍ଟ କରାଯାଇଥିବା ଭିଡ଼ିଓରେ ଅଜୟ କୁମାର କାଉଡିଆଙ୍କ ପାଦ ମାଡି ଦେଉଥିବାର ଦେଖିବାକୁ ମିଳିଛି। ଏଥିରେ ଲେଖାଯାଇଛି ଯେ, ସୁରକ୍ଷା ସହ ସେବା। ସାମଲିର ପୁଲିସ ଏସପିଙ୍କ ଦ୍ୱାରା ଚିକିତ୍ସା ଶିବିର ଉଦଘାଟନ କରାଯାଇଥିବା ବେଳେ ଏଥିରେ କିଛି ଭକ୍ତଙ୍କ ସେବା ମଧ୍ୟ କରାଯାଇଛି। ଏହାପୂର୍ବରୁ ଅଜୟଙ୍କର ଏଭଳି ଏକ ଫଟୋ ଭାଇରାଲ ହୋଇଥିଲା ଯେଉଁଥିରେ ହେଲିକପ୍ଟରରୁ କାଉଡିଆଙ୍କ ଉପରେ ଫୁଲ ବର୍ଷା କରିଥିଲେ।

କେବଳ ଭକ୍ତଙ୍କ ସେବା ନୁହେଁ ବରଂ କାଉଡିଆଙ୍କ ସୁରକ୍ଷା ପାଇଁ ମଧ୍ୟ ଉତ୍ତର ପ୍ରଦେଶ ପୁଲିସ ବେଶ ଆଲର୍ଟ ରହିଛି। ଏପରିକି ପୁଲିସ ବିଭାଗର ବଡ ବଡ ଅଧିକାରୀମାନେ ମଧ୍ୟ ରାସ୍ତା ଉପରେ ରହି ସୁରକ୍ଷାର ତଦାରଖ କରୁଛନ୍ତି। କିଛି କିଛି ସ୍ଥାନରେ କାଉଡିଆଙ୍କ ଉପରେ ଫୁଲ ମଧ୍ୟ ବର୍ଷା କରୁଛନ୍ତି ପୁଲିସ। ତେବେ ପୁଲିସର ଏଭଳି କାର୍ଯ୍ୟକୁ ଚାରିଆଡୁ ବେଶ ପ୍ରଂଶସା କରାଯାଉଛି।

ସମ୍ବନ୍ଧିତ ଖବର