ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ସାମିଲ ଥିବା ଭାରତୀୟ ବଂଶୋଦ୍ଭବ ବିବେକ ରାମାସ୍ବାମୀ ନିକଟରେ ଉପରାଷ୍ଟ୍ରପତି ହେବାର ସମ୍ଭାବନାକୁ ଏଡ଼ାଇ ଦେଇଥିଲେ। କିନ୍ତୁ ରାମସ୍ବାମୀ ଏବେ ୟୁଟର୍ନ ନେଇଛନ୍ତି। ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଉପରାଷ୍ଟ୍ରପତି ହେବାପାଇଁ ରାମାସ୍ବାମୀ ପ୍ରସ୍ତୁତ ଥିବା ନେଇ ସଙ୍କେତ ଦେଇଛନ୍ତି। ୩୮ ବର୍ଷୀୟ ଏହି ରାଜନେତା ଅଗଷ୍ଟ ୨୩ରେ ତାଙ୍କର ପ୍ରଥମ ରାଷ୍ଟ୍ରପତି ନିର୍ବାଚନୀ ବିତର୍କ ରଖିଥିଲେ।

Advertisment

ବିତର୍କ ପରେ ରାମାସ୍ବାମୀ ସାମ୍ବାଦିକମାନଙ୍କୁ କହିଥିଲେ ଯେ ଦୌଡ଼ରେ କେବଳ ୨ ଜଣ ପ୍ରାର୍ଥୀ ରହିବେ। ଜଣେ ହେଉଛନ୍ତି ସେ ଏବଂ ଅନ୍ୟ ଜଣେ ହେଉଛନ୍ତି ଟ୍ରମ୍ପ୍। ତେବେ ସେ ଟ୍ରମ୍ପ୍‌ଙ୍କର ଉପରାଷ୍ଟ୍ରପତି ହେବାପାଇଁ ଖୁସିହେବେ କି ବୋଲି ପ୍ରଶ୍ନ କରିବାରୁ ରାମାସ୍ବାମୀ ପରୋକ୍ଷରେ କହିଥିଲେ, ମୋ ବୟସରେ ଏହି ପଦବି ଉପଯୁକ୍ତ। ଉଲ୍ଲେଖଯୋଗ୍ୟ, ନିକଟରେ ରାମାସ୍ବାମୀ କହିଥିଲେ ସେ ରାଷ୍ଟ୍ରପତି ପଦ ଛଡ଼ା ଅନ୍ୟ କୌଣସି ପଦରେ ଆଗ୍ରହୀ ନୁହନ୍ତି।