ଚାଞ୍ଚଲ୍ୟ! ରାଜଧାନୀ ଦିଲ୍ଲୀରେ ଚଳନ୍ତା ଗାଡ଼ି ମଧ୍ୟରେ ବିଦେଶିନୀ ମହିଳାଙ୍କୁ ଗଣ ଦୁଷ୍କର୍ମ

ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀରେ ଜନୈକା ୩୧ ବର୍ଷ ବୟସ୍କା ବିଦେଶିନୀ ମହିଳାଙ୍କୁ ତିନିଜଣ ଯୁବକ ଏକ ଚଳନ୍ତା ଗାଡ଼ି ଭିତରେ ଗଣ ଦୁଷ୍କର୍ମ କରିବା ଘଟଣା ଏବେ ଚର୍ଚ୍ଚା ଓ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣା ସଂପର୍କରେ ପୀଡ଼ିତା ବିଦେଶିନୀ ଜଣକ ବସନ୍ତକୁଞ୍ଜ ଥାନାରେ ଲିଖିତ ଅଭିଯୋଗ ଆଗତ କରିବା ପରେ ପୁଲିସ୍‌ ପୀଡ଼ିତାଙ୍କର ଡାକ୍ତରୀ ମଇନା କରାଇବା ସହ ଘଟଣା ସଂପର୍କରେ ତଦନ୍ତ ଆରମ୍ଭ କରିଛି।

ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ପୀଡ଼ିତା ବିଦେଶିନୀ ଜଣକ ହେଉଛନ୍ତି ଉଜ୍‌ବେକିସ୍ତାନର ମହିଳା। ଗତ ଦୁଇ ମାସ ତଳେ ସେ ବୁଲିବା ଉଦ୍ଦେଶ୍ୟରେ ଭାରତ ଆସି ଦିଲ୍ଲୀର ମଦନଗିରି ଅଞ୍ଚଳରେ ଏକ ଘରଭଡ଼ା ନେଇ ରହୁଥିଲେ। ଦିଲ୍ଲୀରେ ଅବସ୍ଥାନ କରୁଥିବା କାଳରେ ଗୁରଗାଓଁର ଜଣେ ୨୫ ବର୍ଷ ବୟସ୍କ ଯୁବକ ତାଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ। ଗତ ରବିବାର ସନ୍ଧ୍ୟାରେ ସଂପୃକ୍ତ ଯୁବକ ଜଣଙ୍କ ବିଦେଶିନୀ ମହିଳାଙ୍କୁ ବସନ୍ତକୁଞ୍ଜ ନିକଟସ୍ଥ ଏକ ମଲ୍‌ ନିକଟକୁ ଡକାଇ ଥିଲେ। ପରେ ଗୁରଗାଓଁ ବୁଲାଇ ନେବେ ବୋଲି କହି ବିଦେଶିନୀ ମହିଳାଙ୍କୁ ତାଙ୍କ ଗାଡ଼ିରେ ବସାଇ ଗୁରଗାଓଁ ଅଭିମୁଖେ ବାହାରି ଥିଲେ। ତେବେ, ଗୁରଗାଓଁ ଯିବା ବାଟରେ ଯୁବକଙ୍କର ଆଉ ଦୁଇ ଜଣ ବନ୍ଧୁ ମଧ୍ୟ ଆସି ଗାଡ଼ିରେ ବସିଥିଲେ।

News Nation

କିଛି ସମୟରେ ପରେ ଯୁବକ ଓ ତାଙ୍କର ଦୁଇ ବନ୍ଧୁ ମିଶି ବିଦେଶିନୀ ଜଣଙ୍କୁ ଅସଦାଚରଣ କରିବା ଆରମ୍ଭ କରିଥିଲେ। ବିଦେଶିନୀ ଜଣକ ଏହାର ପ୍ରତିବାଦ କରିବାରୁ ତିନି ଜଣ ମିଶି ତାଙ୍କୁ ମାଡ଼ ମାରିବା ସହ ଗଣ ଦୁଷ୍କର୍ମ କରିଥିଲେ। ପରେ ଏକ ଅନ୍ଧାରୁଆ ନିକାଞ୍ଚନ ରାସ୍ତାରେ ବିଦେଶିନୀ ଜଣଙ୍କୁ ଗାଡ଼ିରୁ ତଳୁକୁ ଠେଲି ବାହାର କରିଦେବା ସହ ଫେରାର ହୋଇ ଯାଇଥିଲେ। ପରଦିନ ସକାଳୁ ସ୍ଥାନୀୟ ଲୋକେ ଆସି ବିଦେଶିନୀ ମହିଳାଙ୍କୁ ରାସ୍ତାରୁ ଉଦ୍ଧାର କରିବା ପରେ ସେ ଥାନାକୁ ଆସି ଘଟଣା ସଂପର୍କରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର