ନିମ୍ନ ଅଦାଲତରେ ଖାଲି ପଡ଼ିଥିବା ପଦ ପୂରଣ କର

ନୂଆଦିଲ୍ଲୀ : ରାଜ୍ୟରେ ଥିବା ସମସ୍ତ ନିମ୍ନ ଅଦାଲତ ମାନଙ୍କରେ ଖାଲି ପଡ଼ିଥିବା ପଦବୀ ଗୁଡ଼ିକୁ ପୂରଣ କରିବା ତଥା କୋର୍ଟମାନଙ୍କରେ ଭିତ୍ତିଭୂମି ପ୍ରତିଷ୍ଠା କରିବା ସହ ସୁଦୃଢ଼ୀକରଣ କରିବା ଉପରେ ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏତଦ୍‌ବ୍ୟତୀତ ବିଚାରପତିମାନଙ୍କ ଆବାସ ବ୍ୟବସ୍ଥା ପାଇଁ ମଧ୍ୟ ପଦକ୍ଷେପ ନେବାପାଇଁ ଖଣ୍ଡପୀଠ ସମୟସୀମା ଧାର୍ଯ୍ୟ କରିଛନ୍ତି। ଖାଲି ଥିବା ପଦବୀ ଗୁଡ଼ିକୁ ପୂରଣ କରିବା, କୋର୍ଟ ଭିତ୍ତିଭୁମି ସୁଦୃଢ଼ିକରଣ ସମ୍ପର୍କରେ ଖଣ୍ଡପୀଠଙ୍କ ଦ୍ବାରା ଦିଆଯାଇଥିବା ଆଦେଶ ପାଳନକୁ ନେଇ ରାଜ୍ୟ ସରକାରଙ୍କୁ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥି‌ଲେ।

ସମ୍ବନ୍ଧିତ ଖବର