ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି(ଆପ୍) ପକ୍ଷରୁ ଆତିଶୀ ମାର୍ଲେନାଙ୍କୁ ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି। ମଙ୍ଗଳବାର ଦିନ ଆମ୍ ଆଦମୀ ପାର୍ଟିର ବିଧାନସଭା ପାର୍ଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଘୋଷଣା କରିବା ପରେ ଏହି ପଦକ୍ଷେପ ନିଆଯାଇଛି। କେଜ୍ରିୱାଲ କହିଥିଲେ ଯେ ଲୋକମାନେ ତାଙ୍କୁ ଚୟନ ନ କରିବା ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ପଦରେ ରହିବେ ନାହିଁ।

Advertisment

ଆସନ୍ତା ବର୍ଷ ଫେବୃଆରୀରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ ଆତିଶି କାର୍ଯ୍ୟନିର୍ବାହୀ ମୁଖ୍ୟମନ୍ତ୍ରୀ ରହିବେ। ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ ୨୩ ଫେବୃଆରୀରେ ଶେଷ ହେବ । କେଜ୍ରିୱାଲଙ୍କ ସବୁଠାରୁ ବିଶ୍ୱସ୍ତ ସହଯୋଗୀମାନଙ୍କ ମଧ୍ୟରେ ଅତିଶିଙ୍କୁ ବିବେଚନା କରାଯାଏ।  ସେ  ୨୦୨୦ରେ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ ଏବଂ ଗତ ବର୍ଷ ମନୀଷ ସିସୋଡିଆ ମଦ ସ୍କାମ ଅଭିଯୋଗରେ ଜେଲରେ ଥିବାବେଳେ ସେ ମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ।

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କେଜ୍ରିୱାଲଙ୍କ ଦରମା ଏବଂ ଭତ୍ତା ହ୍ରାସ ପାଇବ। ଗତ ବର୍ଷ ଦିଲ୍ଲୀରେ ବିଧାୟକ, ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦରମା ଏବଂ ଭତ୍ତା ବୃଦ୍ଧି କରାଯାଇଥିଲା। ବିଧାୟକଙ୍କ  ମୂଳ ଦରମା ମାସକୁ, ୩୦,୦୦୦ କରାଯାଇଥିଲା।  ଯାହା ପୂର୍ବରୁ, ୧୨,୦୦୦  ଥିଲା।  ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ମୂଳ ଦରମା ୬୦,୦୦୦ କରାଯାଇଥିଲା। ଯାହା ପୂର୍ବରୁ, ୩୦,୦୦୦ ଥିଲା ।  

ବର୍ତ୍ତମାନ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତି ମାସରେ ମୋଟ  ୧.୭୦ଲକ୍ଷ  ଟଙ୍କା ଦରମା ପାଉଛନ୍ତି। ଯେଉଁଥିରେ ମୂଳ ଦରମା, ନିର୍ବାଚନ ଭତ୍ତା, ସଚିବାଳୟ ଭତ୍ତା, ଯାତ୍ରା ଭତ୍ତା ଏବଂ ଦୈନିକ ଭତ୍ତା ଅନ୍ତର୍ଭୁକ୍ତ। ବିଧାୟକମାନେ, ୯୦,୦୦୦ ଟଙ୍କା ଦରମା ପାଇଥାନ୍ତି।  ଯେଉଁଥିରେ ମୂଳ ଦରମା, ନିର୍ବାଚନ ଭତ୍ତା, ସଚିବାଳୟ ଭତ୍ତା, ଯାତ୍ରା  ଭତ୍ତା ଏବଂ ଟେଲିଫୋନ୍ ଭତ୍ତା ଅନ୍ତର୍ଭୁକ୍ତ। ଏହା ସହିତ, ବିଧାୟକମାନେ ବାର୍ଷିକ ମାତ୍ର  ୪୦ ଦିନର ଦୈନିକ  ଭତ୍ତା ପାଇଥାନ୍ତି।

ସରକାରୀ ଯାନ ଏବଂ ହେଲିକପ୍ଟରର ସୁବିଧା ସହିତ ମୁଖ୍ୟମନ୍ତ୍ରୀ ପ୍ରତି ମାସରେ ୭୦୦ ଲିଟର ମାଗଣା ପେଟ୍ରୋଲ ପାଇଥାନ୍ତି। ଯଦି ସେ ନିଜର ବ୍ୟକ୍ତିଗତ ଯାନ ବ୍ୟବହାର କରନ୍ତି, ତେବେ ସେ ୧୦ ହଜାର ଟଙ୍କା  ଭତ୍ତା ପାଇବେ। ବିଧାୟକମାନେ ଏଭଳି ସୁବିଧା  ପାଆନ୍ତି ନାହିଁ।

କିନ୍ତୁ ସେମାନେ ପ୍ରତି ମାସରେ, ୧୦ ହଜାର ଟଙ୍କା ଭତ୍ତା ପାଆନ୍ତି। ମୁଖ୍ୟମନ୍ତ୍ରୀ ଏକ ଗାଡି କିଣିବା ପାଇଁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଉଥିବାବେଳେ ବିଧାୟକମାନେ ୮ଲକ୍ଷ ଟଙ୍କା ପର୍ଯ୍ୟନ୍ତ  ଋଣ ପାଇପାରିବେ। ମୁଖ୍ୟମନ୍ତ୍ରୀ ପ୍ରତିମାସରେ ୫୦୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ପାଉଥିବାବେଳେ ବିଧାୟକମାନେ ୪୦୦୦ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଏବଂ ଜଳ ପାଇଥାନ୍ତି।

ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ କେଜ୍ରିୱାଲଙ୍କୁ ୧୫ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଖାଲି କରିବାକୁ ପଡିବ। ଯାହା ପ୍ରୋଟୋକଲର ଏକ ଅଂଶ। ଦିଲ୍ଲୀରେ ସିଏମ୍ ପାଇଁ କୌଣସି ଅଲଗା ସରକାରୀ ବାସଗୃହ ନିର୍ମାଣ ହୋଇନାହିଁ। ଯେଉଁଠାରେ ମୁଖ୍ୟମନ୍ତ୍ରୀ ରହୁଛନ୍ତି ସେହି ବଙ୍ଗଳାକୁ ସିଏମ୍‌ଙ୍କ ବାସସ୍ଥାନ ମାନ୍ୟତା ଦିଆଯାଇଛି।

କେଜ୍ରିୱାଲଙ୍କ  ବଙ୍ଗଳା ମଧ୍ୟ ଅନେକ ବିବାଦରେ ଥିଲା। ଯେଉଁଠାରେ ଲଗାଯାଇଥିବା ପ୍ରତି ପରଦାର ଦାମ୍  ୮ଲକ୍ଷ ଟଙ୍କା ଥିଲା।  ବଙ୍ଗଳାରେ କୋଟି କୋଟି ଟଙ୍କାରେ ରଙ୍ଗ କରାଯାଇଥିବା ଅଭିଯୋଗ ହୋଇଥିଲା। କଂଗ୍ରେସ ଅଭିଯୋଗ କରିଥିଲା ଯେ କେଜ୍ରିୱାଲ ତାଙ୍କ ବାସଭବନରେ ଚାରିଟି ବଙ୍ଗଳା ଯୋଡିଛନ୍ତି।

ଅଧିକ ପଢ଼ନ୍ତୁ:ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ: ମଇଦାନରେ ଆତଙ୍କବାଦୀଙ୍କ ଭାଇ

 କିନ୍ତୁ ବର୍ତ୍ତମାନ ତାଙ୍କୁ ଏହି ବାସଗୃହ ଖାଲି କରିବାକୁ ପଡିବ। ବାର୍ଷିକ ଭ୍ରମଣ ସୁବିଧା ଅଧୀନରେ ବିଧାୟକ, ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଏବଂ ସେମାନଙ୍କ ପରିବାର ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେଶ ଭିତରେ ଭ୍ରମଣ କରିପାରିବେ।

ଅଧିକ ପଢ଼ନ୍ତୁ:ସନ୍ତାନ ଜନ୍ମ କଲେ ୯ ଲକ୍ଷ ପୁରସ୍କାର: ଯୁବବର୍ଗଙ୍କୁ ପୁଟିନଙ୍କ ଅଫର