ଟିକାର ପ୍ରଥମ ଡୋଜ ନେବା ପରେ କରୋନା ଆକ୍ରାନ୍ତ ହେଲେ ସୁସ୍ଥ ହେବାର ୩ମାସ ପରେ ନେବେ ଦ୍ଵିତୀୟ ଡୋଜ

ନୂଆଦିଲ୍ଲୀ: ଏବେ ୪୫ ଦିନ ପରିବର୍ତ୍ତେ କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହେବାର ତିନିମାସ ପରେ ନେବାକୁ ହେବ କରୋନା ଟିକାର ଦ୍ଵିତୀୟ ଡୋଜ | ଯେଉଁମାନେ କରୋନା ଟିକାର ପ୍ରଥମ ଡୋଜ ନେବା ପରେ କରୋନା ଆକ୍ରାନ୍ତ ହେଉଛନ୍ତି, ସେମାନେ ଏବେ ୪୫ଦିନ ପରିବର୍ତ୍ତେ ୩ମାସ ପରେ ଦ୍ଵିତୀୟ ଡୋଜ ନେବେ ବୋଲି ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି |

COVID-19 Vaccination | Centre Accepts Recommendation To Defer Vaccination Of COVID-19 Recovered Patients By 3 Months
Moneycontrol

ଏହି ନୂତନ ନିୟମ ନେଗଭାକ (ଦ ନ୍ୟାସନାଲ ଏକ୍ସପର୍ଟ ଗ୍ରୁପ ଅନ ଭ୍ୟାକସିନ ଆଡମିନିଷ୍ଟ୍ରେସନ ଫର କୋଭିଡ-୧୯)ର ସୁପାରିଶକ୍ରମେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଲାଗୁ କରିଛି | ସରକାର କୋଭିସିଲ୍ଡ ଟିକାର ଦୁଇ ଡୋଜ ମଧ୍ୟରେ ବ୍ୟବଧାନକୁ ୬-୮ସପ୍ତାହରୁ ୧୨ ରୁ ୧୬ ସପ୍ତାହକୁ ବଢାଇବା ପରେ ଆଜି ଏହି ନିଷ୍ପତ୍ତି ନେଇଛନ୍ତି | ୪୫ଦିନର ବ୍ୟବଧାନକୁ ଏବେ ୩ମାସ ବଢ଼ାଇ ଦିଆଯାଇଛି | ଆରମ୍ଭରୁ କୋଭିସିଲ୍ଡ ଟିକାର ଦୁଇଟି ଡୋଜ ମଧ୍ୟରେ ବ୍ୟବଧାନ ୨୮ଦିନ ଥିବା ବେଳେ ଏହା ପରେ ୬-୮ ସପ୍ତାହ କରାଯାଇଥିଲା | ଏବେ ଦୁଇଟି ଟିକା ମଧ୍ୟରେ ବ୍ୟବଧାନ ୧୨ ରୁ ୧୬ ସପ୍ତାହକୁ ବଢାଇ ଦିଆଯାଇଛି |

ସମ୍ବନ୍ଧିତ ଖବର