ଭୁବନେଶ୍ୱର: ଆସନ୍ତାକାଲିଠାରୁ ୪୫ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ଟିକାକରଣ କରାଯିବ। ଆସନ୍ତାକାଲିଠାରୁ ଦୁଇଦିନ ଛୁଟି ଥିଲେ ବି କୋଭିଡ ସଂକ୍ରମଣ ବଢ଼ୁଥିବାରୁ ଟୀକାକରଣ ହେବ। ଅଧିକ ସଂକ୍ରମଣ ହେଉଥିବା ଜିଲ୍ଲାରେ ଟିକାକରଣକୁ ପ୍ରାଥମିକତା ଦିଆଯିବ। ବଲାଙ୍ଗୀର, ନୂଆପଡା,ସୁନ୍ଦରଗଡ, କଳାହାଣ୍ଡି, ଅନୁଗୁଳ, କେନ୍ଦୁଝର, ବରଗଡ଼, ନବରଙ୍ଗପୁର ,ମୟୁରଭଞ୍ଜରେ ସଂକ୍ରମଣ ବଢ଼ୁଥିବାରୁ ଏହି ଜିଲ୍ଲାକୁ ପ୍ରାଧାନ୍ୟ ଦିଆଯିବ। କଟକ ଓ ଖୋର୍ଦ୍ଧାରେ ସଂକ୍ରମଣ ବଢ଼ୁଥିଲେ ବି ଏହି ଜିଲ୍ଲାରେ ଟିକାକରଣ ବି ଅଧିକ ରହିଛି।
ମାଛ-ମାଂସ ବିକ୍ରେତା,ସେଲୁନ, ଷ୍ଟ୍ରୀଟ ଭେଣ୍ଡର, ଅଟୋ ଓ ବସ ଡ୍ରାଇଭର, ବିଦ୍ୟାଳୟ ଓ କଲେଜ ଶିକ୍ଷକ,ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ଭଳି ସମ୍ବେଦନଶୀଳ ଵର୍ଗର ବ୍ୟକ୍ତିଙ୍କୁ ପ୍ରାଧାନ୍ୟ ଦିଆଯିବ। ଦୁଇ ସପ୍ତାହ ମଧ୍ୟରେ ଏହି ଵର୍ଗର ବ୍ୟକ୍ତିଙ୍କ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି | ଏଥିପାଇଁ ଟିକାକରଣ କେନ୍ଦ୍ର ବଢାଇବା ସହ ଟିକାକରଣ କର୍ମୀଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି।
ଆଜି କେନ୍ଦ୍ର ସରକାରଙ୍କ ସହ ବି ଟିକାକରଣ ନେଇ ଆଲୋଚନା ହୋଇଛି। ଟିକା ପରେ ପାର୍ଶ୍ୱ ପ୍ରତିକ୍ରିୟାକୁ ରୋକିବା ଦିଗରେ ଆଲୋଚନା ସହ ରାଜ୍ୟରେ କୋଭିଡ ସ୍ଥିତି ନେଇ ଆଲୋଚନା ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/vaccinated.jpg)