ନୂଆଦିଲ୍ଲୀ: ଭାରତରେ ଏବେ କୋଭିଡ -୧୯ ମାମଲା ପୁଣି ବଢ଼ିବାରେ ଲାଗିଛି | ଆଉ ଆଗାମୀ ଦିନରେ ଏହି ମାମଲା ବଢିପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆକଳନ କରିଛନ୍ତି । ତେବେ କରୋନାକୁ ରୋକିବାରେ ଟିକା ବ୍ୟବହାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି, ଯେଉଁ କାରଣରୁ ଦେଶରେ ଏହି ଟିକାକରଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି |

Advertisment

ତେବେ ଟିକାକରଣ ପାଇଁ କିଛି ନିର୍ଦ୍ଦିଷ୍ଟ ବୟସ ସୀମା ଧାର୍ଯ୍ୟ କରାଯାଇଛି | ଦେଶରେ ସବୁ ବୟସର ଲୋକଙ୍କୁ ଟିକା ଦେବା ପାଇଁ କୌଣସି ନିଷ୍ପତ୍ତି ନିଆଯାଇନାହିଁ | ଆଉ ଏହାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛି ଇଣ୍ଡିଆନ ମେଡିକାଲ ଆସୋସିଏସନ | ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଜଣାଇଛି ଯେ ୧୮ ବର୍ଷରୁ ଅଧିକ ବୟସ ବ୍ୟକ୍ତିଙ୍କୁ ମଧ୍ୟ ଟିକା ଦିଆଯାଉ |

ଆଇଏମ୍ଏ କହିଛି ଯେ, 'ବର୍ତ୍ତମାନ ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ଟିକା ଦିଆଯାଉଥିବାବେଳେ କରୋନାର ଦ୍ଵିତୀୟ ଲହରୀକୁ ରୋକିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣର ଆବଶ୍ୟକତା ରହିଛି | ଆଉ ୧୮ ବର୍ଷରୁ ଉର୍ଦ୍ଧ୍ବ ନାଗରିକଙ୍କୁ ଟିକା ଦେବାର ଆବଶ୍ୟକତା ରହିଛି' |